Related Contents

ଘର ଭାଙ୍ଗି ବର୍ଷେ ପୁରିଲା, ବିଧବା ବିମଳା ଚୌଧୁରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତ ସପନ

ରିପୋର୍ଟ: ହିରୋଜ କୁମାର ସାହୁ
କେସିଙ୍ଗା(୦୩/୦୭): ଗରିବ ପରିବାରକୁ ଆଉ ମାଟି କୁଡ଼ିଆରେ ରହିବାକୁ ପଡ଼ିବନି ସମସ୍ତଙ୍କ ଘର ପକ୍କା ହେବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଘୋଷଣା କରି ଆସୁଛନ୍ତି | ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ଘର ବି ଦେଉଛନ୍ତି | କିନ୍ତୁ ଏହି ଯୋଜନା ବିମଳା ଚୌଧୁରୀଙ୍କ ପାଇଁ କେବଳ ସ୍ବପ୍ନ ହୋଇନାହିଁ ବରଂ ଉପହାସ ପାଲଟିଛି |

ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗ୍ରାମପଞ୍ଚାୟତର ସାହାଜପାଟି ଗ୍ରାମର ବିଧବା ବୃଦ୍ଧା ବିମଳା ଚୌଧୁରୀଙ୍କ ପାଇଁ ପ୍ରଶାସନ ପାଲଟିଛି ନିଦାବିଷ୍ଣୁ | ପଞ୍ଚାୟତ ଠାରୁ ବ୍ଲକ, ବ୍ଲକ ଠାରୁ ଜ଼ିଲ୍ଲାପାଳ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ତାଙ୍କୁ ଘରଟିଏ ମିଳୁନାହିଁ | ନିରାଶ୍ରୟା ବିମଳା ଏବେ ହତୋସ୍ୟାହିତ ହୋଇ ଚୁପ ପଡିଛନ୍ତି |ସାହାଜପାଟି ଗ୍ରାମର ବାଳମକୁନ୍ଦ ଚୌଧୁରୀଙ୍କ ପତ୍ନୀ ବିମଳା ଚୌଧୁରୀଙ୍କ ଘର ଗତବର୍ଷ ଅଗଷ୍ଟ ମାସରେ ଲଘୁଚାପ ଜନିତ ବର୍ଷାଯୋଗୁଁ ଘର ଭୁଶୁଡି ପଡିଥିଲା | ସେତେବେଳେ ସେ ତୁଣ୍ଡଲା ଆର ଆଇକୁ ଲିଖିତ ଅଭିଯୋଗ କରିଥିଲେ, ଆରଆଇ ତାଙ୍କୁ ପଲିଥିନଟିଏ ଦେଇଥିଲେ | ସେ ଜଣେ ଗରିବ ଦରିଦ୍ର ସୀମାରେଖା ତଳେ (BPL)ଥିବା ପରିବାର ଅନ୍ତର୍ଭୁକ୍ତ | ତାଙ୍କର ଆର୍ଥିକ ସମ୍ବଳ ନ ଥିବାରୁ କଞ୍ଚାମାଟିରେ ତିଆରି ଘରଭାଙ୍ଗି ବିପଦ ଅବସ୍ଥାରେ ଥିବାରୁ ଘରଟିଏ ଯୋଗାଇ ଦେବାପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେସିଙ୍ଗାକୁ ଲିଖିତ ଭାବେ ଜଣାଇଥିଲେ |

ପରବର୍ତ୍ତୀ ସମୟରେ ଜ଼ିଲ୍ଲାପାଲଙ୍କୁ ଜନଶୁଣାଣି ଶିବିରରେ ମଧ୍ୟ ଲିଖିତ ଭାବେ ଜଣାଇଥିଲେ | ଅଭିଯୋଗ ପତ୍ର ସଂଖ୍ୟା ୧୭-୦୯-୧୮ ୦୦୯୦, ଜ଼ିଲ୍ଲାପାଲ ପନ୍ଦର ଦିନ (୧୫) ମଧ୍ୟରେ ଏହାର ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ | ବିଡ଼ିଓଙ୍କୁ ମଧ୍ୟ ପଞ୍ଚାୟତ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସରପଞ୍ଚ ବିମଳାଙ୍କୁ ଘର ଯୋଗାଇ ଦେବାର ଆବଶ୍ୟକ ଥିବା ଲିଖିତ ଭାବେ ବିଡ଼ିଓଙ୍କୁ ଜଣାଇଥିଲେ | କିନ୍ତୁ ଇତି ମଧ୍ୟରେ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଘର ମିଳିନାହିଁ | ବିମଳା ଚୌଧୁରୀଙ୍କ ନାମ SECC ତାଲିକାରେ ଅଛି ଓ ପଞ୍ଚାୟତରେ ୧୪୩କ୍ରମାଙ୍କରେ ନାମ ଅଛି | ଏଣୁ ଏହାର ବିଚାର କରି ବିମଳା ଚୌଧୁରୀଙ୍କୁ ଘରଟିଏ ଦେବାକୁ କେସିଙ୍ଗା ବିଡ଼ିଓଙ୍କୁ, ଜ଼ିଲ୍ଲାପାଲଙ୍କୁ ବୁଦ୍ଧିଯିବି ଓ ଗ୍ରାମବାସୀ ଦାବି କରିଛନ୍ତି |

Comments are closed.