Friday, March 29, 2024

Top 5 This Week

Related Posts

ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩ /୦୭) : ଜେଲ ଭିତରେ ପୋସ୍କୋ ମାମଲାରେ ବିଚାର ଧୀନ ଥିବା ଏକ କଏଦୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଦ ସ୍ଥିତ ଜେଲଖାନାରେ ପୋସ୍କୋ ମାମଲାରେ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଛତ୍ରଙ୍ଗ ଗ୍ରାମ ର ବିଚାର ଧୀନ ଥିବା ଏକ କଏଦୀ ସୁଜନ ବେହେରା ଆଜି ନିଜେ ନିଜ ତଣ୍ଟି କୌଣସି ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ସମୟରେ ଜେଲ କର୍ତ୍ତୃପକ୍ଷ ସୁଜନ କୁ ନ ଦେଖିବାରୁ ଜେଲ ଭିତରେ ଖୋଜା ଖୋଜି କରିଥିଲେ । ଗାର୍ଡ ରୁମ ଶୌଚାଳୟ ବନ୍ଦ ଥିବାରୁ ସନ୍ଦେହ କରି ଖୋଲିବା ପରେ ସୁଜନ ଗୁରୁତର ଅବସ୍ଥାରେ ଶୌଚାଳୟରେ ଥିବା ଦେଖିଥିଲେ । ସାଙ୍ଗେ ସାଙ୍ଗେ ସୁଜନ କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Popular Articles