Friday, March 29, 2024

Top 5 This Week

Related Posts

ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାଙ୍କ ଉପରକୁ ଏସିଡ ମାଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆଠଗଡ, (୧୩/୦୭) : ମର୍ଣ୍ଣିଂ ୱାକ୍‌ କରୁଥିବା ମହିଳାଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ ଯୋଗୁଁ ମହିଳାଙ୍କ ଶରୀର ର ୫୦% ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ । ସବୁଦିନ ପରି ଆଜି ଭୋର ପ୍ରାୟ ୪ ଟାରେ ରିନା ମର୍ଣ୍ଣିଂ ୱାକ୍‌ କରିବାକୁ ଘରୁ ବାହାରିଥିଲେ । ମାତ୍ର କିଛି ବାଟ ଯିବା ପରେ ହଠାତ୍‌ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏନେଇ ରୀନା କହିଛନ୍ତି, ମୁଁ ବଞ୍ଚିବି କି ନାହିଁ ଜାଣିନି । ମୋ ସ୍ୱାମୀ ଓ ଝିଅ ଜୀବନକୁ ପୁଲିସ୍‌ ସୁରକ୍ଷିତ ରଖୁ । ତେବେ ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ସେ କିଛି କହୁ ନାହାଁନ୍ତି । ଏହା ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣରୁ ଏପରି କାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Popular Articles