Related Contents

ବ୍ଲକ ପ୍ରଶାସନ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ଉନ୍ନୟନ କାର୍ଯ୍ୟରେ ହେରଫେର: ବିଜେପି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୩/୦୭): ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକରେ ଉନ୍ନୟନ କାର୍ଯ୍ୟରେ ସରକାରୀ ଅର୍ଥର ବ୍ୟାପକ ଦୁର୍ନୀତି ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ନେତା ଗୋୖରୀ ଶଙ୍କର ମାଝୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ତେନ୍ତୁଲିଖୁଣ୍ଟି ବ୍ଲକ ପୂଜାରୀଗୁଡା ଝାଲଗୁଡା ଓ କାଦମାଳି ଗାଁରେ ଗାର୍ଡୱାଲ ଯୋଜନା ଥିଲା । କିନ୍ତୁ ସେହି ସ୍ଥାନରେ କୌଣସି କାମ ନ ହେଉଣୁ ଆଗୁଆ ବିଲ କରାଯାଇଥିବା ଅଭିଯୋଗ କରିଛନ୍ତି ।

ଝଲଗୁଡା ଗାଁର ଗାର୍ଡୱାଲର ଅଟକଳ ୨ ଲକ୍ଷ ଟଙ୍କା ମଧ୍ୟରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ କାଡ଼ମାଲି କାମର ଅଟକଳ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରୁ ୨ଲକ୍ଷ ୩୧ ହଜାର ୧୭୧ ଟଙ୍କା ଵିଲ କରି ଉଠାଇ ଥିବା ଅଭିଯୋଗ କରିଥିଲେ । ଉଭୟ ଗାଁର ଗାର୍ଡୱାଲ କାମ ଆରମ୍ଭ ନ କରୁନୁ ଵିଲ ପାସ ଟଙ୍କା ଆତ୍ମସାତ କରିଥିବା ଗାଁ ଲୋକେ ତାଙ୍କ ନିକଟରେ ଅଭିଯୋଗ କରିଥିବା ମାଝୀ କହିଛନ୍ତି । ଅଭିଯୋଗକୁ ଆଧାର କରି ମାଝୀ ଉଭୟ ଗାଁ କୁ ଯାଇଥିଲେ । କିନ୍ତୁ ଉକ୍ତ ଦୁଇଟି କାମରେ ପଥର କିମ୍ବା ବାଲି ପଡି ନ ଥିବା ଦେଖି ତୁରନ୍ତ ତେନ୍ତୁଲିଖୁଣ୍ଟି ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ । ବିଡ଼ିଓ ଉକ୍ତ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତା ପର ଦିନ ଉଭୟ ସ୍ଥାନରେ ବାଲି ଓ ପଥର ପକା ଯାଇଥିବା ମାଝୀ କହିଛନ୍ତି । ଦୁର୍ନୀତି ଘଣ୍ଟଗୁଡାଇବା ପାଇଁ ବ୍ଲକ ପ୍ରଶାସନ ଅଧିକାରୀ ତାରବରିଆ ଭାବେ ରାତାରାତି ଗାର୍ଡୱାଲ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା ବୋଲି ମାଝୀ କହିଛନ୍ତି । କେଉଁ ଉଦ୍ଦେଶ୍ୟ ନେଇ କାମ ନ ସରୁନୁ ସମସ୍ତ ଵିଲ ହେଉଛି ବୋଲି ମାଝୀ ପ୍ରଶ୍ନ କରୁଥିଲେ । ଉକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ଲକ ଘେରାଉ କରି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବ୍ଲକ ମଣ୍ଡଳ ସଭାପତି ପର୍ଶୁରାମ ବିଷୋୟୀ, ଜିଲ୍ଲା କାର୍ଯ୍ୟକରିଣୀ ସମ୍ପାଦକ ଧରଣୀଧର ସିଂ, ତେନ୍ତୁଲିଖୁଣ୍ଟି ପଂଚାୟତ ସଭାପତି ଉମା ଶଙ୍କର ସାହୁ, ପୂଜାରୀଗୁଡା ପଂଚାୟତ ସମ୍ପାଦକ କୃଷ୍ଣ ଚନ୍ଦ୍ର ହିଆଲ ଓ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.