ବନବିଭାଗ ତରଫରୁ ଆଇଟିଆଇ ପରିସରରେ ବନମହୋତ୍ସବ ପାଳିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୦୨/୦୭): ବନମହୋତ୍ସବର ଦ୍ୱିତୀୟ ଦିବସରେ ଆଜି ମାଲକାନଗିରି ବନାଞ୍ଚଳ ତରଫରୁ ଆଇଟିଆଇ କଲେଜ ପରିସରରେ ଏକ ମେଗା ପ୍ଲାଣ୍ଟେସନ ଆୟୋଜିତ କରାଯାଇଥିଲା । ମାଲକାନଗିରି ବନାଞ୍ଚଳ ତରଫରୁ ରେଞ୍ଜର ଶ୍ରୀ ବାସୁଦେବ ନାୟକ ଅଧ୍ୟକ୍ଷତା କରିଥିଲେ ।

ଜଙ୍ଗଲ ହ୍ରାସ ଓ ପରିବେଶ ଉପରେ ପ୍ରଭାବକୁ ନେଇ ଆଲୋଚନା କରିଥିଲେ । ଏହିସଭାରେ ଉପଖଣ୍ଡ ବନାଧିକାରୀ ଶ୍ରୀ ଶ୍ରୀକାନ୍ତ ନାୟକ,ଜଗଦୀଶ ପଟ୍ଟନାୟକ, ସୃଷ୍ଟି ଏନଜିଓ ତରଫରୁ ଶ୍ରୀ କିଶୋର ପାଟିକା,ଶ୍ରୀନିବାସ ପାତ୍ର ଯୋଗଦେଇ ପରିବେଶ ପାଇଁ ବୃକ୍ଷ ରୋପଣ ଉପରେ ଆଲୋଚନା କରିଥିଲେ । ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଆଇଟିଆଇ କଲେଜ ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ରୋପଣ କରି ସବୁଜ ଭାରତ ଗଠନରେ ସହଭାଗିତା କରିବାକୁ ଶପଥ ପାଠ କରାଇଥିଲେ । ପରିଶେଷରେ ଆଇଟିଆଇ ପରିଶେଷରେ ବନାଧିକାରୀ ଶ୍ରୀ ଦୀପଙ୍କର ଶିଉଳି ଏବଂ ଅନ୍ୟାନ୍ୟ ସହକର୍ମୀ ଙ୍କ ସହାୟତାରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ୫୦୦ଶହରୁ ଉର୍ଦ୍ଧ୍ବ ଚାରା ରୋପଣ କରା ଯାଇଥିଲା ।

Comments are closed.