ଗୁଣପୁର ପୌର ପରିଷଦ ର ବୁଲା ଗାଈଗୋରୁଙ୍କ ପାଇଁ ମୁକ୍ତାକାଶ ଗୋ-ଶାଳା ର ବନ୍ଦୋବସ୍ତ

0
123
ଗୁଣପୁର ପୌର ପରିଷଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୩/୦୭) : ଦିନେ ରାଜ୍ୟ ର ନମ୍ବର-୧ ଏନ.ଏ.ସି. ମାନ୍ୟତା ପାଇଥିବା ଗୁଣପୁର ସହର ଆଜି‌ ନିଜର କାୟାକଳ୍ପ ବଦଳାଇ ପୈାର ପରିଷଦ ର ମାନ୍ୟତା ପାଇଛି । କିନ୍ତୁ କେତେକ ମୌଳିକ ସମସ୍ୟା ଆଜି ବି ଗୁଣପୁର ପୌର ପରିଷଦ ର ପିଛା ଛାଡୁନି ।WhatsApp Image 2022 07 13 at 11.34.28 AM ଗୁଣପୁର ପୌର ପରିଷଦ ର ବୁଲା ଗାଈଗୋରୁଙ୍କ ପାଇଁ ମୁକ୍ତାକାଶ ଗୋ-ଶାଳା ର ବନ୍ଦୋବସ୍ତ

ସହର ର ରାସ୍ତାଘାଟରେ ବୁଲା ଗାଈଗୋରୁଙ୍କ ଦବଙ୍ଗଗିରିରେ ସହରବାସୀ ଅତିଷ୍ଠ ହୋଇ ଉଠିଛନ୍ତି । ବାରମ୍ବାର ଏ ସଂକ୍ରାନ୍ତରେ ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଦୁର୍ଭାଗ୍ୟଜନକ । ବିଶେଷ କରି ଗାଇ ମାଲିକ ମାନେ ନିଜ ନିଜ ଗାଈଗୋରୁଙ୍କୁ ଗୁହାଳରେ ନରଖି ରାସ୍ତାରେ ଛାଡି ଦେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ପଲପଲ ଗାଈଗୋରୁ ରାଜରାସ୍ତାରେ ଏଣେତେଣେ ବୁଲାବୁଲି କରୁଥିବାରୁ ଲୋକେ ଦୂର୍ଘଟଣା ର ଶିକାର ହେଉଛନ୍ତି ।

ସହର ର ଏପରି କୈାଣସି ରାସ୍ତା ନାହିଁ ଯେଉଁଠାରେ ଏହି ବୁଲା ଗାଈଗୋରୁ ଓ କୁକୁର ମାନେ ନିଜ ସାମ୍ରାଜ୍ୟ ବିସ୍ତାର କରି ନାହାଁନ୍ତି । ପୋଲିସ ଥାନା ଠାରୁ ଆରମ୍ଭ କରି, ନୁଆଁ ବସଷ୍ଟାଣ୍ଡ, ମେଡିକାଲ ଛକ, ପୁରୁଣା ବସଷ୍ଟାଣ୍ଡ, କଟିକିଆସାହି ଛକ, ଗାର୍ଲସ ହାଇସ୍କୁଲ ଛକ, ପୁରୁଣା ଗୁଣପୁର ପରି ଜନଗହଳି ପୂର୍ଣ୍ଣ ଓ ସମ୍ବେଦନଶୀଳ ଜାଗା ଗୁଡିକରେ ପଲପଲ ଗାଈଗୋରୁ ଶୋଇ ରହୁଥିବାରୁ ଟ୍ରାଫିକ ସମସ୍ୟା ସାଙ୍ଗକୁ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।WhatsApp Image 2022 07 13 at 11.34.28 AM 2 ଗୁଣପୁର ପୌର ପରିଷଦ ର ବୁଲା ଗାଈଗୋରୁଙ୍କ ପାଇଁ ମୁକ୍ତାକାଶ ଗୋ-ଶାଳା ର ବନ୍ଦୋବସ୍ତ

ଏହା ଦ୍ୱାରା ଆମ୍ବୁଲାନ୍ସ ସେବାରେ ମଧ୍ୟ ବ୍ୟାଘାତ ଘଟୁଥିବା, ପ୍ରଶାସନ ର ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏସଵୁ ଦେଖିମଧ୍ୟ ପୈାର ଅଧିକାରୀ ଓ ପ୍ରଶାସନ ଚୁପ୍ ରହିଵା ମନେହୁଏ, ସତେ ଯେମିତି ପ୍ରଶାସନ ଏହି ବୁଲା ଗାଈଗୋରୁ ଓ କୁକୁର ମାନଙ୍କ ପାଈଁ ମୁକ୍ତାକାଶ ଗୋ-ଶାଳା ର ବନ୍ଦୋବସ୍ତ କରିଛନ୍ତି । ଲୋକେ ପନିପରିବା କିଣି ବ୍ୟାଗ ଗାଡିରେ ରଖିବାକୁ ଭୟ କରୁଛନ୍ତି କାରଣ ଗାଈ ମାନେ ଯୋରଜଵରଦସ୍ତ ପରିବା ଖାଇ ଯାଉଛନ୍ତି । ରାସ୍ତା କଡରେ ଦିନ ତମାମ ଅଳିଆ ଗଦା ହେଉଥିଵାରୁ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । କାରଣ ସହର ର କୌଣସି ସ୍ଥାନରେ ଡଷ୍ଟବିନ ର ସୁବିଧା ନାହିଁ ।

ତେବେ କେଵେ ପୈାର ପରିଷଦ ଅଧିକାରୀ ଓ ପ୍ରଶାସନ ର ସହର ବାସୀଙ୍କ ପ୍ରତି ଅନୁଗ୍ରହ ହେଵ ଏବଂ ଏହି ବୁଲା ଗାଈଗୋରୁଙ୍କୁ ରାଜରାସ୍ତାରୁ ଘଉଡାଇବାର ବ୍ୟବସ୍ଥା କରି, ଗୁଣପୁର ବାସୀଙ୍କୁ ରାସ୍ତାରେ ନିର୍ବିଘ୍ନରେ ଚାଲିବାର ସ୍ୱତନ୍ତ୍ରତା ମିଳିବ ଦେଖିବାକୁ ବାକି ରହିଲା ।