ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ଉତ୍କଳବୀର ସମ୍ମାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୨/୦୭): ନବରଙ୍ଗପୁର ବରିଷ୍ଠ ସମାଜସେବୀ ତଥା ଅନ୍ତର୍ଜାତୀୟ ମାନବାଧିକାର ସମିତି ରାଜ୍ୟ ସଦସ୍ୟ ଜଗନ୍ନାଥ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ଉତ୍କଳବୀର ସମ୍ମାନରେ ସମ୍ମାନିତ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ମହାପାତ୍ରଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବ୍ୟକ୍ତା ଭାବେ ବରିଷ୍ଠ ସମ୍ବାଦଦାତା ପ୍ରଦେ।ଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସମ୍ବାଦଦାତା ପ୍ରଦ୍ୟୁମ୍ନ ଶତପଥୀ, ବିଭୁତି ଭୂଷଣ କର, ସାମାଜିକ କର୍ମୀ ନମ୍ରତା ଚଢା, ଶୁଭଶ୍ରୀ ଦାଶ, ଡ଼ଃ କିଶୋର ଚନ୍ଦ୍ର ପାଣିଗ୍ରାହୀ, ପ୍ରତିଛନ୍ଦା ଧଳ, ସୁଲତା ଦେଓ, ଲିଙ୍ଗରାଜ ସାହୁ, ସସ୍ମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନବରଙ୍ଗପୁର ଜିଲ୍ଲାରେ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ସମାଜସେବା, ବିଭିନ୍ନ ଗରିବ ଅନୁଷ୍ଠାନକୁ ସାହାଯ୍ୟ ସହଯୋଗ ସହ ସମାଜର କଲ୍ୟାଣିକାରୀ କାର୍ଯ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ଫନି ବାତ୍ୟାର ମୁକବିଲା ଓ ବିପନ୍ନ ଲୋକଙ୍କୁ ସହଯୋଗ କରିଥିବା ୪୦ଜଣ ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଜଗନ୍ନାଥ ମହାପାତ୍ର ଉତ୍କଳବୀର ସମ୍ମାନରେ ସମ୍ମାନିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.