Friday, March 29, 2024

Top 5 This Week

Related Posts

ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା କାର : ୩ ମୃତ ୬ ଗୁରୁତର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୭) : ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ ଅନ୍ତର୍ଗତ ବଡ଼ବାହାଲି ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଟୋ ଓ ବାଇକକୁ ଏକ ଆର୍ଟିଗା କାର ଧକ୍କା ଦେବା ଫଳରେ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଏକ ବାଇକ ଓ ଅଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ମୃତ ୬ ଗୁରୁତର ଆହତ ହୋଇଛନ୍ତି ।WhatsApp Image 2022 07 12 at 8.12.01 PM ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା କାର : ୩ ମୃତ ୬ ଗୁରୁତର

ବଲାଙ୍ଗୀର ପଟରୁ ଆସି ବଡବହାଲି ଛକ ନିକଟରେ ରାସ୍ତା କଡରେ ଏକ ବାଇକ ଅଟୋ ଆରୋହୀଙ୍କ ସହ କଥା ହେଉଥିବା ସମୟରେ ସୋନପୁର ରୁ ବଲାଙ୍ଗୀରକୁ ଯାଉଥିବା ଏକ ଆର୍ଟିଗା କାର ଅଟୋ ଓ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।

ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲା ରାଘବପାଲି ଅଞ୍ଚଳ ର ବୋଲି ଜଣାପଡ଼ିଛି । ସବୁଦିନ ଭଳି ଆଜି ମଧ୍ୟ ରାଘବପାଲି ଅଞ୍ଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରୀ କରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣା ର ଶିକାର ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣା ଘଟାଇଥିବା ଆର୍ଟିଗା କାର ର ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ କାରରେ ଗୋଟିଏ ପରିବାର ର ସମସ୍ତେ ଥିବା ସନ୍ଦେହ କରାଯାଉଛି । କାର ଭିତରୁ ସଂଘମିତ୍ରା ସୁନା, ଇନିସ୍ପେକ୍ଟର ଲେଖାଥିବା ଏକ ପୁଲିସ ପୋଷାକ ମିଳିଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା କାର ଚାଳକ ଓ ଉକ୍ତ ଲେଡି ଇନ୍ସପେକ୍ଟରକୁ ଗିରଫ କରିଥିବା ଜଣାପଡ଼ିଛି ।

ତେବେ ଗୁରୁତର ଆହତ ହୋଇଥିବା ବଡ଼ବାହାଲି ଗ୍ରାମ ର ପଙ୍କଜ ମିଶ୍ର ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେତୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କୁ ବଲାଙ୍ଗୀର, ସୋନପୁର ଓ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ରାଘବପାଲି ଗ୍ରାମ ର ସତ୍ୟ ପଧାନ, ଜୁଆଦେଇ ନାଏକ ଓ ପ୍ରାଣନାଥ ବିଶ୍ୱାଳ ବୋଲି ଜଣାପଡ଼ିଛି ।

Popular Articles