ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ଘର

0
122
ଲଘୁଚାପ ଜନିତ ପ୍ରବଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୭) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ର ସୁଳିପଦର ଗାଁ ର ଶିବ ମାଣ୍ଡାଙ୍ଗ (୫୬) ଙ୍କ ଘର ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡି ପଡିଥିବା ଦେଖିବାକୁ ମିଳିଛିWhatsApp Image 2022 07 12 at 5.47.59 PM ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ଘର

ପ୍ରାୟ ଦୁଇ ଦିନ ଧରି କଲ୍ୟାଣସିଂହପୁର ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିଲା । ଯାହା ଫଳରେ ଶିବ ମାଣ୍ଡାଙ୍ଗ ଙ୍କ ମାଟି ଘର ଆଜି ମଧ୍ୟାହ୍ନରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି । ସେ ରଖିଥିବା ମାଣ୍ଡିଆ, ସାଇକଲ, ଚାଉଳ, ଧାନ, ସବୁ ଲୁଗାପଟା ସମେତ ଆସବାପତ୍ର ନଷ୍ଟ ହୋଇ ଯାଇଛି । ଏହି ପରିବାର ତିନି ଜଣ ପ୍ରାଣୀ ରହୁଛନ୍ତି । ଏହି ମାନେ ଅତ୍ୟନ୍ତ ଗରିବ ଶ୍ରେଣୀ ର ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରି ସରକାର ତରଫରୁ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହେଉଛି ।

ଏ ବିଷୟରେ ତହସିଲଦାର ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ଉପରସ୍ଥ ଅଧିକାରୀ ଆସିଛନ୍ତି । ଆରାଇ ଙ୍କୁ ଜଣାଇ ଦେଉଛି ବୋଲି କହିଥିଲେ । ଏ ବିଷୟରେ ଆର.ଆଇ. ଅରୁଣ ଦାସ ଙ୍କୁ ପଚାରିବାରୁ ସେ କହିଲେ ଆମେ ମିଟିଂରେ ଅଛୁ । ସେହି ଠାରୁ ଗଲେ ପଲିଥିନ ଯୋଗାଇ ଦେବୁ ବୋଲି କହିଛନ୍ତି ।