Related Contents

ଗଞ୍ଜେଇ ଜବତ୍-ଜଣେ ବ୍ୟକ୍ତି ଗିରଫ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୦୧/୦୭): ଗଞ୍ଜେଇ ଚାଲାଣ ଅଭିଯୋଗରେ ମାଛକୁଣ୍ଡ ପୋଲିସ ରବିବାର ରାତିରେ ଏକ ବ୍ୟକ୍ତିକୁ ଗିରଫ କରିଛି । ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି । ତାଠାରୁ ଏକ ମଟରସାଇକେଲ ଓ ୭ କେଜି ୩ ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି ।

ବ୍ୟକ୍ତି ଜଣକ ଗୁନେଇପଡା ପଞ୍ଚାୟତର ଲିଟିପୁଟ ଗାଁର ନରସିଂହ ଡୁମାରି (୩୫) । ଜବତ ଗଞ୍ଜେଇର ମୁଲ୍ୟ ଆନୁମାନିକ ୩୫ ହଜାର ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି । ଘଟଣା ଦିନ ପେଟ୍ରଲିଙ୍ଗ୍ ଚାଲିଥିବା ସମୟରେ ବାଦିଗଡ ପଞ୍ଚାୟତର ନରସିଂହକୁ ପୋଲିସ ଅଟକାଇ ଥିଲେ । ନରସିଂହ ମୋଟର ସାଇକେଲ ଓଆର୍୧୦ଜି ୩୮୩୪ ରେ ଯାଉଥିବା ସମୟରେ ପୋଲିସ ଯାଞ୍ଚ୍ କରିଥିଲା । ଯାଞ୍ଚ ବେଳେ ଗାଡିରୁ ଏହି ଗଞ୍ଜେଇ ମିଳିଥିଲା । ନରସିଂହ ଏହି ଗଞ୍ଜେଇ ଆନ୍ଧ୍ର ପ୍ରଦେଶରୁ ଆଣି ଘରକୁ ନେଉଥିବା କହିଲା ପରେ ପୁଲିସ୍ ନରସିଂହକୁ ଗିରଫ କରିବା ସହ ଉଭୟ ଗଞ୍ଜେଇ ଓ ବାଇକ୍ କୁ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା |

Comments are closed.