ନେହେରୁ ଯୁବକେନ୍ଦ୍ର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

0
118
ନେହେରୁ ଯୁବକେନ୍ଦ୍ର ତରଫରୁ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୧/୦୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ମାଁ ମାର୍କମା +୨ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ନେହେରୁ ଯୁବକେନ୍ଦ୍ର ତରଫରୁ ଓ ବଜ୍ରମାଁ କାଳୀ ୟୁଥ୍ କ୍ଲବ ପାତ୍ରଗୁଡା ର ସହାୟତା କ୍ରମେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି ।WhatsApp Image 2022 07 12 at 5.47.50 PM ନେହେରୁ ଯୁବକେନ୍ଦ୍ର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ନେହେରୁ ଯୁବକେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାଶଙ୍କର ନିମାଲପୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସୁକାନ୍ତ କୁମାର ସେଠୀ, ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଗୌରାଙ୍ଗ ଚରଣ ରାଉତ, ନବୀନ ବିକାଶ ଚାରିଟେବଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ବାଳ ମୁକୁନ୍ଦ ପାଳ ପ୍ରମୁଖ ଯୋଗଦେଇ ଜନସଂଖ୍ୟା ନିୟନ୍ତ୍ରଣ ସହ ଜନ ଉପଯୋଗୀତା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ ।

ଏହା ସହ ଆତ୍ମନିର୍ଭରଶୀଳତା ବୃଦ୍ଧି ଏବଂ ପରିବେଶ ସୁରକ୍ଷା କ୍ଷେତ୍ରକୁ ବ୍ୟାପକ କରିବା ଦିଗରେ ଯୁବାଗୋଷ୍ଠୀ ଆଗେଇ ଆସିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ଭଞ୍ଜଙ୍କ ମଞ୍ଚ ପରିଚାଳନା କ୍ରମେ ଅନୁଷ୍ଠିତ ବୈଠକରେ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡ଼ା ଅଧ୍ୟାପକ ଶ୍ରୀ ରବିନାରାୟଣ ଚାନ୍ଦ, ସ୍ୱେଚ୍ଛାସେବୀ ଶଙ୍କର୍ଷଣ ସାବତ, ଶ୍ଵେତା ସେଠୀ ପ୍ରମୁଖ ସହାୟତା କରି ଥିବାବେଳେ ଯୁବକେନ୍ଦ୍ର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।