Advertisements
Saturday, July 4, 2020
Home Accidental Death ମୋଟର ସାଇକେଲ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

ମୋଟର ସାଇକେଲ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୦୨/୦୭): ଆଜି ସକାଳ ୧୦.୪୫ ସମୟରେ ରାୟଗଡା ସହରର ଗଂଗା ଗ୍ୟାରେଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଏଥିରେ ମୋଟର ସାଇକେଲ ନ ଓଡି ୧୮ଏଫ ୮୯୧୩ର ଚାଳକ ରୋଜି କୋଂଦାଗରୀ ବୟସ ୨୮, ପିତା କ୍ରିଷ୍ଣା କୋଂଦାଗରୀ ଗ୍ରାମ ବିଏନ୍ତାପୁର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି |

ବିବରଣୀରୁ ପ୍ରକାଶ ଯେ ଜେକେପୁର ସାଇଡରୁ ରାୟଗଡା ସହର ଅଭିମୁଖେ ଏକ ପିକଅପ ନ ଓଡି ୧୮ଏ୪୯୧୭ଆସୁଥିଲା | ଏହା ପଛରେ ଓଡି ୧୮ ଏଫ ୮୯୧୩ଏକ ମୋଟର ସାଇକେଲ ଆସିଥିଲା | ହଠାତ ପିକଅପ ଗାଡିର ଡ୍ରାଇଭରଙ୍କ କବାଟ ଖୋଲିବାରୁ ପଛରେ ଆସୁଥିବା ମୋଟର ସାଇକେଲ ଧକ୍କା ହୋଇଥିଲା | ଯଦ୍ୱାରା ମୋଟର ଚାଳକ ରୋଜି ରୋଡ ମଝିରେ ପୋଡ଼ିଯାଇଥିଲେ ଓ ଠିକ ଏହି ସମୟରେ ପଛ ପଟୁ ଆସୁଥିବା ଏକ ଟ୍ରକ ଏ ପି ୩୫ୟୁ ୭୬୬୯ରାଜିର ମୁଣ୍ଡ ଉପର ଦେଇ ଚାଲିଯାଇଥିଲା | ଘଟଣା ସ୍ଥଳରେ ହିଁ ରୋଜି ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା | ଖବର ପାଇ ଏସ ପି ଶ୍ରବଣ ବିବେକ ଏମ ଓ ପୋଲିସ ଇନ୍ସ୍ପେକଟର ନିହାର ରଞ୍ଜନ ପ୍ରଧାନ ଓ ଏସ ଆଇ ଧିରେନ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ପୋଷ୍ଟ ମର୍ଟମ ନିମନ୍ତେ ପଠାଇଥିଲେ ଓ ପୋଲିସ ଅଧିକାରୀ କହିଛନ୍ତି ଯେ ଟ୍ରକ ମାଲିକକୁ ଡକାଯାଇଛି ସେ ଆସିଲା ପରେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ | ଶବଟିକୁ ବର୍ତମାନ ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଶବ ଗୃହରେ ରଖାଯାଇଛି | ଶବ ବ୍ୟବଛେଦ ପରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: