Related Contents

ରାୟଗଡ଼ ପୋଲିସର ନୂତନ ହେଲପ ଲାଇନ ନମ୍ବର ଆରମ୍ଭ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୨/୦୭): ରାୟଗଡା ସହର ତଥା ରାୟଗଡ଼ ଥାନା ଅଂଚଳରେ ଦିନ କୁ ଦିନ ଚୋରି ଡକାୟତ ମାରପିଟ କେସ ପରି ବହୁ ଘଟଣା ମାନ ଘଟୁଛି ଯଦ୍ୱାରା ଜନସାଧାରଣ ନିରାପଦ ମଣୁନାହାନ୍ତି ତେଣୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ରାୟଗଡା ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡାକ୍ତର ଶର୍ବନ ବିବେକ ଏମ ପୋଲିସର ହେଲପ ଲାଇନ ନମ୍ବର ଜାରିକରିଛନ୍ତି |

ଯଦ୍ୱାରା ଜନସାଧାରଣ କୌଣସି ଅସୁବିଧାର ସମୁଖୀନ ହେଲେ ପୋଲିସ ହେଲପ ଲାଇନ ନମ୍ବର ୯୩୪୮୨୪୬୪୬୦କୁ ସମ୍ପର୍କ କଲେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚିବ ବୋଲି ସେ କହିଛନ୍ତି | ବିଶେଷ କରି ଝିଅ ପିଲାମାନେ ସ୍କୁଲ କଲେଜକୁ ଯିବା ସମୟରେ ଯୁବକ ମାନେ କମେଣ୍ଟ ପାସ କରିଥାନ୍ତି ଯଦି ଏହିପରି କୌଣସି ବ୍ୟକ୍ତି କମେଣ୍ଟ କଲେ ତୁରନ୍ତ ପୋଲିସ ହେଲପ ଲାଇନକୁ ଜଣାଇବା ପାଇଁ କହିଛନ୍ତି | ରୋଡ ରୋମିଓ ମାନେ ଯେଉଁ ପ୍ରକାରେ ଗାଡି ଚଳାଇ ଦୁର୍ଘଟଣା କରୁଛନ୍ତି ଏହିପରି ଗାଡି ଚଳାଇବା ବ୍ୟକ୍ତିକୁ ଅଟକାଇ କିମ୍ବା ଗାଡି ନମ୍ବର ଲେଖି ତୁରନ୍ତ ଉପରକ୍ତ ନମ୍ବରରେ ଜଣାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି |

Comments are closed.