ଖପ୍ରାଖୋଲରେ ମାଣ୍ଡିଆ,ଗୁର୍ଜି ଅଗ୍ରଣୀ ଚାଷୀ ଓ ସି.ଆର.ପି. ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର

ରିପୋର୍ଟ : ଭୋଜରାଜ ବରିହା
ଖପ୍ରାଖୋଲ(୦୨/୦୭): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର Y.C.D.A କାର୍ଯ୍ୟଳୟରେ ଦୁଇଦିନିଆ ମାଣ୍ଡିଆ, ଗୁର୍ଜି ଅଗ୍ରଣୀ ଚାଷୀ ଓ ସି.ଆର.ପି ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ଅଗ୍ରଣୀ ମାଣ୍ଡିଆ, ଗୁର୍ଜି,କୋଦ, ଚାଷୀ ମାନଙ୍କୁ କିପରି ମାଟି ପରୀକ୍ଷା, ହାଣ୍ଡି ଖତ, ଯିବାମୃତ କିପରି ପ୍ରସ୍ତୁତ କରାଯାଏ ତାହା ତାଲିମ ମାଧ୍ୟମରେ ଚାଷୀକୁ ଶିକ୍ଷା ଦିଆଯାଇଥିଲା |

ଓଡିଶା ସରକାରଙ୍କ ପ୍ରୟାସରେ YCDA, NCDS, ATMA, WASSAN ସଂସ୍ଥା ମାନଙ୍କ ଉଦ୍ୟମରେ ଏହି “ମିଲେଟ ମିଶନ” କାର୍ଯ୍ୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମରେ ଲୁଚି ଯାଉଥିବା ଖୁଦ୍ର ଚାଷକୁ ପୁଣି ପୁନରୁଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଛନ୍ତି ଓଡିଶା ସରକାର | ଏହି ଦୁଇ ଦିନିଆ ତାଲିମ ଶିବିରରେ ଖପ୍ରାଖୋଲ କୃଷି ବିଭାଗର AAO-ସୁଜିତ ଭୋଇ, WASSAN ଜିଲ୍ଲା ପରିଚାଳକ-ଜୋସବନ୍ତ ନାଏକ, YCDA ବ୍ଲକ ପରିଚାଳକ-ବୁଲୁ ବେହେରା, ବ୍ଲକ ସି.ଆର.ପି-ଉମେଶ ଗୁପ୍ତା, ବାସନ୍ତୀ ମୁଣ୍ଡା, ଭୋଜରାଜ ବରିହା ଏବଂ ମହାଲଷ୍ମୀ କୃଷକ କ୍ଲବ ଖୀରସିନ୍ଧୁ ବରିହା, ସୁଦେଶନା ଶଗଡିଆ ପ୍ରମୁଖ ଏହି ତାଲିମ ଶିବିରରେ ତାଲିମ ଦେଇଥିଲେ |

Comments are closed.