ରଥଯାତ୍ରାରେ ଅଶ୍ଳୀଳ ଗୀତ ବନ୍ଦ କରାଯାଉ-ଗ୍ରାମବାସୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୨/୦୭): ବୈପାରୀଗୁଡା ରଥଯାତ୍ରାରେ ରଥ ଟଣା ବେଳେ ଅଶ୍ଳୀଳ ଭାଷାର ଗୀତ ବ୍ୟବହାର ବନ୍ଦ କରିବା ପାଇଁ ଗ୍ରାମବାସି ଦାବୀ କରିଥିବା ଜଣାପଡିଛି | ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ ଓ ବୈପାରୀଗୁଡା ରଥଯାତ୍ରା ପୂଜା କମିଟିକୁ ଗ୍ରାମବାସିଙ୍କ ପକ୍ଷରୁ ଏକ ଲିଖିତ ଦାବୀପତ୍ର ଦେଇ ଅଭିଯୋଗ କରିଥିବା ଜଣାପଡିଛି |

ଅଭିଯୋଗରେ ଉଲ୍ଲେଖ ଅଛି ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହିନ୍ଦୁ ପ୍ରଥା ଅନୁଯାୟୀ ପ୍ରତି ବର୍ଷ ମହାଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ରଥଟଣା ବେଳେ ରଥ ଉପରେ ଢ଼ାହୁକଙ୍କ ଦ୍ୱାରା ଅସମ୍ବିଧାନ ତଥା ଅଶ୍ଳୀଳ ଭାଷାରେ ବିଭିନ୍ନ ପ୍ରକାର ଗୀତ ସର୍ବସାଧାରଣ ସମ୍ମୁଖରେ ବୋଲା ଯାଉଛି l ଯାହାକି ଉପସ୍ଥିତ ପରିବାର ସଦସ୍ୟ, ଛୋଟ ଛୋଟ ବିଦ୍ୟାଳୟ ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନଙ୍କ ଉପରେ କୁପ୍ରଭାବ ପଡୁଥିବା ଦେଖାଦେଉଛି | ଏହି ଅଶ୍ଳୀଳ ଭାଷା ଗୀତ ବିରୁଦ୍ଧରେ ପୂଜା କମିଟି କିମ୍ବା ପ୍ରଶାସନ କି ପଦକ୍ଷେପ ନେବେ ଆଗମୀ ରଥଯାତ୍ରା ସମୟରେ ଜଣାପଡିବ |

Comments are closed.