ନକଲି ବିଦେଶୀ ମଦ ସହ ଦୁଇ ଅଭିଯୁକ୍ତ ଗିରଫ

0
203
ନକଲି ବିଦେଶୀ ମଦ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୧/୦୭) : ବଲାଙ୍ଗୀରରେ ମାତିଛନ୍ତି ନକଲି ବିଦେଶୀ ମଦ ମାଫିଆ । ବାରମ୍ବାର ଧରପଗଡ଼ ସତ୍ତ୍ୱେ ମଧ୍ୟ ଥମୁନାହିଁ ମଦ ମାଫିଆ ।

ଅବକାରୀ ଅଧୀକ୍ଷକ ଶ୍ରୀ ପି. କେ ପଣ୍ଡାଙ୍କ ନେତୃତ୍ୱରେ ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବିଜାଖମନରୁ ବିପୁଳ ପରିମାଣ ର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହି କାରବାରରେ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଅବକାରୀ ବିଭାଗ । ତାଙ୍କ ଠାରୁ  ୧୭.୨୮୦ ଲିଟର ଏମ୍.ସି. ନମ୍ବର୍  ୧ ହ୍ୱିସ୍କି , ୯୬ ଗୋଟି ରୟାଲ ଷ୍ଟେୁଜ୍ ହ୍ୱିସ୍କି , ୨୦୩ ଗୋଟି ଏମ୍.ସି ନମ୍ବର୍ ୧ ନକଲି ହ୍ୟୁସ୍କି ଠିପି , ୨୫ ଗୋଟି ନକଲି ଆଇଏମ୍ ପ୍ରିଆମ୍ ବ୍ଲୁ ଠିପି ଓ ନକଲି ଲେବଲ୍ ଜବତ କରିଛି ଅବକାରୀ ବିଭାଗ

ଦୁଇ ଜଣ ନକଲି ମଦ ବେପାରୀ ମାନେ ହେଲେ ଗୌତମ କୁମାର ଗୁପ୍ତା ଓ ପିଣ୍ଟୁ କୁମାର । ଦୁଇ ମଦ ମାଫିଆଙ୍କୁ ଗିରଫ କରି ଏହି ନକଲି ମଦ କାରବାର ର ଚେର କେତେ ଦୂର ଲମ୍ବିଛି । ଏହି ମଦ କାରବାର ପଛରେ ମାଷ୍ଟର ମାଇଣ୍ଡ କିଏ ତାହାର ତଦନ୍ତ କରୁଛି ଅବକାରୀ ବିଭାଗ ।