Related Contents

ଉଚ୍ଚ ଶିକ୍ଷା ବିଭାଗର ଖାମଖିଆଲ ନୀତି, ପାସ ଛାତ୍ରୀ ହେଲେ ଫେଲ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୨/୦୭): ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ହୀନତା ଓ ଖାମଖିଆଲ ମନଭାଵ ଲାଗି ଏକ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଉଛି | ଏହି ପରି ଏକ ଅଭାବନିୟ ଘଟଣା ଘଟିଛି ରାୟଗଡା ସ୍ୱୟଂ ଶାସିତ କଲେଜରେ | ୨୦୧୭-୧୯ବ୍ୟାଚର ବାଣିଜ୍ୟ ବିଭାଗ ଛାତ୍ରୀ ପିନୀତ ଲିକିତା ପରୀକ୍ଷା ଦେଇ ପାସ ହୋଇଥିଲେ କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଲିକିତା ଓଡ଼ିଆ ପରୀକ୍ଷାରେ ଅନୁପସ୍ଥିତି ରହିଥିବା କହି ଫେଲ କରିଦେଇଛନ୍ତି |

ସମସ୍ତ ପରୀକ୍ଷାରେ ଲିକିତା ଭଲ ମାର୍କ ଆଣିଥିବା ବେଳେ ଓଡ଼ିଆ ପରୀକ୍ଷାରେ ମଧ୍ୟ୍ୟ ଭଲ କରିଥିଲେ କିନ୍ତୁ କିପରି ଭାବେ ଉଚ୍ଚ ଶିକ୍ଷା ବିଭାଗର କର୍ତ୍ତୃପକ୍ଷ କିପରି ଏପରି ନିଷ୍ପତି ନେଇ ଫେଲ କଲେ ସମସ୍ତେ ଚକିତ ହୋଇଛନ୍ତି | ସମସ୍ତ ବିଷୟ କଲେଜରେ ଉପସ୍ଥିତ ରହି ଲିକିତା ପରୀକ୍ଷା ଦେଇଥିବା ନେଇ କଲେଜ ପରୀକ୍ଷା ମେମୋ ବ୍ଲକରେ ଉଲେଖ ଅଛି | କଲେଜ କର୍ତ୍ତୃପକ୍ଷ ଲିକିତା ସମସ୍ତ ପରୀକ୍ଷା ଦେଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ସମୟରେ ଏହିପରି କେମିତି ଘଟିଲା ତାହାକୁ ନେଇ ଲିକିତାଙ୍କ ପରିବାର ଚିନ୍ତାରେ | ଏହି ବିଷୟ ନେଇ ଲିକିତା ଓ ତାଙ୍କ ପରିବାର କଲେଜ ଅଧକ୍ଷଙ୍କ ଦ୍ୱାରସ୍ଥ ହାଇଥିଲେ ଏହି ବିଷୟ ନେଇ କଲେଜ ଅଧକ୍ଷ ଏସ ଏନ୍ ତ୍ରିପାଠୀ ଯୁକ୍ତ ଦୁଇ ବୋର୍ଡ଼କୁ ଚିଠି ଲେଖି ଜଣାଇଥିଲେ ଓ ମାର୍କ ସିଟ ପରିବର୍ତ୍ତନ ନିମନ୍ତେ ନିବେଦନ କରିଥିଲେ | କଲେଜ କର୍ତ୍ତୃପକ୍ଷଙ୍କ ଚିଠି ନ ନେଇ ଲିକିତାଙ୍କ ପରିବାର ଭୁବନେଶ୍ୱରସ୍ଥ ଉଚ୍ଚ ଶିଖିବିଭାଗକୁ ଯାଇଥିଲେ ସେହି ଠାରେ ଅଧିକାରୀଙ୍କୁ ମିଶିଥିଲେ, ବିଭାଗୀୟ ଅଧିକାରୀ ସେମାନଙ୍କୁ ତୁରନ୍ତ ସଂଶୋଧନ କରି ମାର୍କ ସିଟ ପ୍ରଦାନ କରାଯିବ କହିବାରୁ ଫେରି ଆସିଥିଲେ | ସପ୍ଲିମେଣ୍ଟର ପରୀକ୍ଷା ନିମନ୍ତେ ଆଜି ଫୋରମ ପୂରଣର ଶେଷ ତାରିଖ ଓ ଯୁକ୍ତ ତିନିରେ ଆଡ଼ମିସନ ପାଇଁ ଶେଷ ତାରିଖ ହୋଇଛି ୦୮.୦୭.୨୦୧୯ | ଏହି ପରିସ୍ଥିତିରେ ଲିକିତା କରିବ କଣ କିଛି ଭାବି ପାରୁନାହିଁ ଓ ନିଜର ଭାରସମ୍ୟ ହରାଇ ବସିଛି ଲିକିତା | କଲେଜ କର୍ତ୍ତୃପକ୍ଷ ଓ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲିକିତାଙ୍କ ମାର୍କ ସିଟ ପ୍ରଦାନ ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି |

Comments are closed.