Thursday, March 28, 2024

Top 5 This Week

Related Posts

ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ୧୦ ଦଫା ଦାବୀପତ୍ର

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡା, (୧୨/୦୭) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଆଦିବାସୀ କନ୍ଧ କୁଳ ଉନ୍ନୟନ ପରିଷଦ ତରଫରୁ ମୁନିଖୋଲ ଠାରୁ ମୁନିଗୁଡା ବ୍ଲକ ପର୍ଯ୍ୟନ୍ତ ବିଶାଳ ରାଲିରେ ଆଦିବାସୀ ପୁରୁଷ ଓ ମହିଳାମାନେ ଏକତ୍ରୀତ ହୋଇ ଆଜି ମୁନିଗୁଡା ବି.ଡି.ଓ ଙ୍କୁ ଶ୍ରୀ ଦିଲ୍ଲୀପ କୁମାର ବେହେରାଙ୍କ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଯାହା ଫଳରେ ଅନ୍ତେବାସୀ ଛାତ୍ରୀ ମାନଙ୍କ ପ୍ରଦାନ ଶିକ୍ଷକ ସୁରକ୍ଷା ଦେଉ ନାହଁନ୍ତି । ତେଣୁ ଯେଉଁ ବିଦ୍ୟାଳୟରେ ପିଲାମାନେ ପାଠ ପଡୁଛନ୍ତି ସେମାନଙ୍କୁ ସୁରକ୍ଷା ଦେଉ ନାହଁନ୍ତି କେବଳ ନିର୍ଯ୍ୟାତନା ଚାଲୁଛି ବୋଲି ଜିତୁ ଯାକାସିକ ଦାବୀ କରିଛନ୍ତି ।

ବିଦ୍ୟାଳୟରେ ଯେକୌଣିସି କର୍ମଚାରି ଙ୍କ ନାମରେ ଅଭିଯୋଗ ହେଲେ ବି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ନାହଁନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାରଙ୍ଗ ଧର କାଡ୍ରାକା, କନ୍ଧ କୂଳ ସଭାପତି ଦାବୀ ରଖଛନ୍ତି ୧) ଛାତ୍ରୀ ନିବାସୀ ବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଉ , ୨) ଆବଶ୍ୟକ ସ୍ଥାନରେ ସିସି କ୍ୟାମେରା ଲାଗିବା ସହ ସପ୍ତାହକୁ ଯାଞ୍ଚ କରାଯାଉ , ୩) ଶିଶୁ ଓ ମହିଳା ସୁରୁକ୍ଷା ଆଇନକୁ ବିଦ୍ୟାଳୟରେ କର୍ମଚାରୀଙ୍କୁ ଅବଗତ କରାଇବା ସହ ପାଳନ ନିମନ୍ତେ ପରାମର୍ଶ ଦିଆଯାଉ, ୪) ବିଦ୍ୟାଳୟରରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ପାଇଁ ଟୋଣ୍ଟି ନମ୍ବର କୁ ୨୪ ଘଣ୍ଟା ସକ୍ରିୟ ସେବା ଯୋଗାଇ ଦିଆଯାଉ, ୫) ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟରେ କର୍ମଚାରୀଙ୍କ ଘରୋଇ କାର୍ଯ୍ୟରେ ନିୟାଜି କରାନଯାଉ, ୬) ଛାତ୍ର ଛାତ୍ରୀଙ୍କ ଉନ୍ନତ ମାନରେ ଶିକ୍ଷା ଖାଦ୍ୟ ଓ ପୋଷକ ଯୋଗାଇ ଦେବା ସହ ସ୍ୱାସ୍ଥ୍ୟର ପ୍ରତି ଗୁରୁତ୍ୱ ଦିଆଯାଉ, ୭) ଆବଶ୍ୟକ ସ୍ଥଲେ ଅଭୀଭାବକ, ଲୋକପ୍ରତିନିଧିଙ୍କ ଆଦିବାସୀ ସଂଘ ର ସଭାପତି ଓ ସମ୍ପାଦକ ଙ୍କୁ ବିଦ୍ୟାଳୟରେ ପରି ଦର୍ଶନ କରିବାକୁ ସୁଯୋଗ ଦିଆଯାଉ ଏବଂ ଅନ୍ତେବାସୀ ର ଛାତ୍ରୀମାନଙ୍କ ସହ ମୁକ୍ତ ଆଲୋଚନା ପାଇଁ ଅନୁମତି ଦିଆଯାଉ, ୮) ଯେଉଁ ବିଦ୍ୟାଳୟରେ ବାଲିକା ହଷ୍ଟେଲ ଅଛି ସେହି ବିଦ୍ୟାଳୟରେ ବାଳକ ହଷ୍ଟେଲ ଟିକୁ ଦୁରତ୍ଵର ରଖାଯାଉ, ୯) ଅନ୍ତେବାସୀ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ସିଟ ସଂଖ୍ୟା ବୃଦ୍ଧି କରାଯାଉ ।

ଏହି ସବୁ ଦାବୀ ନେଇ ମୁନିଗୁଡା ବି.ଡି.ଓ ଙ୍କ ଜରିଆରେ ଜିଲ୍ଲାପାଳ ରାୟଗଡ଼ା, ଉପ ଜିଲ୍ଲାପାଳ ଗୁଣପୁର, ଜିଲ୍ଲା ଶିକ୍ଷା ଅଧିକାରୀ ରାୟଗଡ଼ା ଆଦିବାସୀ କଲ୍ୟାଣ ଉନ୍ନୟନ ମନ୍ତ୍ରୀ ଓଡିଶା ସରକାର, ଆଦିବାସୀ କଲ୍ୟାଣ ଉନ୍ନୟନ ସଚିବ ଓଡିଶା ସରକାର, ଗୋଷ୍ଠୀ ସଂପ୍ରସାରଣ ଅଧିକାରୀ ମୁନିଗୁଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନିଗୁଡା ପ୍ରେରଣ କରାଯିବ ।

ଏସ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ, ଆଇ ଆଇସି ସୁଜ୍ଞନୀ ସାହୁ ଓ ସମସ୍ତ ପୋଲିସ ପ୍ରଶାସନ ଏହି ରାଲିରେ ଉପସ୍ଥିତ ରହିଥିଲେ । ଉକ୍ତ ଦାବୀ ଗୁଡିକ ଯାଥା ଶୀଘ୍ର ପୁରୁଣ ନକରାଗଲେ ଆଗମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ବେହେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ କନ୍ଧ କୂଳ ର ସଭାପତି ।

Popular Articles