ଉତ୍ତମ ମଲିକ ସେବା ଟ୍ରଷ୍ଟ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପ୍ଲାଣ୍ଟ ଉଦଘାଟିତ

ରିପୋର୍ଟ: ନୟମି ଖରା
ପଡିଆ,ମାଲକାନଗିରି(୦୨/୦୭): ମାଲକାନଗିରି ଜ଼ିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଇଲାକା ଏମ ପି ଭି ୭୩ ଗ୍ରାମରେ ଉତ୍ତମ ସେବା ଟ୍ରଷ୍ଟ ତରଫରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ଲାଣ୍ଟକୁ ମା ଘର ଜ଼ିଲ୍ଲା ସଭାପତି ପରାଶାନ୍ତିଲତା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ |

ଏହି ପ୍ଲାଣ୍ଟ ଦ୍ୱାରା ଗ୍ରାମର ଶତାଧିକ ଜନସାଧାରଣ ବର୍ତମାନ ଦୂଷିତ ପାଣି ବଦଳରେ ପାଇବେ ବିଶୁଦ୍ଧ ଜଳ | ପ୍ରକାଶ ଥାଉ କି ଏହି ଦୂଷିତ ଜଳ ପାନ କରି ଜନସାଧାରଣ କିଡ଼ନୀ ରୋଗରେ ପୀଡିତ ହଉଥିଲେ ଖବର ପାଇ ସମାଜସେବୀ ଉତ୍ତମ ମଲିକ ଜନସାଧାରଣଙ୍କୁ କିଡ଼ନୀ ରୋଗରୁ ମୁକ୍ତ କରିବା ନିମନ୍ତେ ଏହି ଅଂଚଳରେ ଏହିପରୀ ୧୨ଗୋଟି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି | ପ୍ରସାଶନକୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ୍ୟ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନେଉନାହାନ୍ତି କିନ୍ତୁ ଏକ ସମାଜ ସେବି ଏହି ମହତ କାର୍ଯ୍ୟ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ଲାଣ୍ଟ ପ୍ରତିଷ୍ଠା କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି |

Comments are closed.