Friday, March 29, 2024

Top 5 This Week

Related Posts

ଅମରନାଥରେ ବାଦଲ ଫଟା ବର୍ଷା : ଫଶିଛନ୍ତି ରାୟଗଡ଼ା ର ୫ ଜଣ ଶ୍ରଦ୍ଧାଳୁ, ଉଦ୍ଧାର ପାଇଁ ନିବେଦନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜମ୍ମୁ-କାଶ୍ମୀର, (୧୨/୦୭) : ଜମ୍ମୁ-କାଶ୍ମୀର ର ଅମରନାଥରେ ଶନିବାର ସଂଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁଁ ଶତାଧିକ ଶ୍ରଦ୍ଧାଳୁ ଫଶି ରହିଛନ୍ତି । ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫଶି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ା ର ୫ ଜଣ ଅଛନ୍ତି ।WhatsApp Image 2022 07 11 at 12.22.26 PM ଅମରନାଥରେ ବାଦଲ ଫଟା ବର୍ଷା : ଫଶିଛନ୍ତି ରାୟଗଡ଼ା ର ୫ ଜଣ ଶ୍ରଦ୍ଧାଳୁ, ଉଦ୍ଧାର ପାଇଁ ନିବେଦନ

ଅମରନାଥରେ ବର୍ଷା ଜଳ ହଠାତ୍ ଗୁମ୍ଫା ପାର୍ଶ୍ଵ ରୁ ମାଡ଼ି ଆସିବା ପରେ ଅସ୍ଥାୟୀ ଟେଣ୍ଟ୍ ସହ ସମସ୍ତ ସାମଗ୍ରୀ ଭାସି ଯାଇଥିଲା । ସୌଭାଗ୍ୟବଶତଃ ଜୀବନ ବଞ୍ଚି ଯାଇଥିବା କହିଛନ୍ତି ରାୟଗଡ଼ା ର ବସନ୍ତ ସେନାପତି । ବସନ୍ତଙ୍କ ସହ ଫଶିଥିବା ଅନ୍ୟ ଶ୍ରଦ୍ଧାଳୁ ମାନେ ହେଲେ ସୌମ୍ୟରଞ୍ଜନ ପାତ୍ର, ନିହାର ରଞ୍ଜନ ପାତ୍ର, କେ. ରବି କୁମାର ଓ ଟୁକୁନା ପ୍ରଧାନ ।

ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସଭିଁଏ । ୬ ତାରିଖରେ ଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ, ଭିଡ଼ ଯୋଗୁଁ ୭ ତାରିଖରେ ଦର୍ଶନ ପାଇଁ ଅନୁମତି ମିଳିଥିଲା । ୭ ତାରିଖରୁ ଯାତ୍ରା ଆରମ୍ଭ କରି ୮ ତାରିଖ ସଂଧ୍ୟା ୫ ଟାରେ ସମସ୍ତ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ ସାରିଥିଲେ । ଦର୍ଶନ ସାରି ଅସ୍ଥାୟୀ କ୍ୟାମ୍ପକୁ ଆସିବା କ୍ଷଣି ଆରମ୍ଭ ହୋଇଥିଲା ବର୍ଷା ।

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ହଠାତ୍ ପାଣି ମାଡ଼ି ଆସି ଗୁ୍ମ୍ଫା ନିକଟରେ ଥିବା ଶହ ଶହ ଅସ୍ଥାୟୀ ଟେଣ୍ଟ୍ ସହ ବହୁ ଶ୍ରଦ୍ଧାଳୁଙ୍କୁ ଭସାଇ ନେଇଥିଲା । ଅତଡ଼ା ଖସିବା କାରଣରୁ କିଛି ଶ୍ରଦ୍ଧାଳୁ ମାଟି ତଳେ ଫଶି ରହିଥିଲେ । ସତର୍କତା ର ସହ ରାୟଗଡ଼ା ର ୫ ଶ୍ରଦ୍ଧାଳୁ ଅସ୍ଥାୟୀ କ୍ୟାମ୍ପରୁ ଚାଲି ଚାଲି ଆସି ରାତି ୩ ଟାରେ ପଞ୍ଚତରଣୀରେ ପହଞ୍ଚିଥିଲେ । ସେଠାରେ ବିଶ୍ରାମ ପରେ ସକାଳୁ ପୁଣି ଚାଲିବା ଆରମ୍ଭ କରି ୧୮ ହଜାର ଫୁଟ୍ ଉଚ୍ଚରେ ଥିବା ବାଲତାଲ୍ ଅଭିମୁଖେ ଯାତ୍ରା କରିଛନ୍ତି । ବାଲତାଲରେ ପହଞ୍ଚିବା ପରେ ଜମ୍ମୁ ଅଭିମୁଖେ ଯାତ୍ରା କରିବେ ବୋଲି ବସନ୍ତ ସେନାପତି କହିଛନ୍ତି । ତେବେ ଦୁଇ ଦିନ ହେଲା ଭଲ ଭାବରେ କିଛି ଖାଇ ନଥିବା ଏବଂ ବର୍ଷା ଜଳରେ ସମସ୍ତ ଶ୍ରଦ୍ଧାଳୁଙ୍କ ସାମଗ୍ରୀ ଓ ବ୍ୟାଗ୍ ଭାସି ଯାଇଥିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୋବାଇଲରେ ଭିଡ଼ିଓ ଜାରି କରି ଓଡ଼ିଶା ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

ସହାୟତା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ୍ ନମ୍ବର ମଧ୍ୟ କେହି ଉଠାଉ ନଥିବା ଶ୍ରଦ୍ଧାଳୁ ମାନେ କହିଛନ୍ତି । ପାଖରେ ନଗଦ ଟଙ୍କା କିଛି ନଥିବା ବେଳେ ରାସ୍ତାରେ ଥିବା ଦୋକାନୀ ଫୋନ୍ ପେ’ କିମ୍ବା ଗୁଗୁଲ୍ ପେ’ ପେମେଣ୍ଟ ମନା କରୁଛନ୍ତି । ରାୟଗଡ଼ା ସମେତ ଓଡ଼ିଶା ର ଅନ୍ୟ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଧାଳୁ ଫଶି ରହିଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Popular Articles