Thursday, March 28, 2024

Top 5 This Week

Related Posts

ସମାଜ କଲ୍ୟାଣ ବିଭାଗରେ ବ୍ୟାପକ ବ୍ୟତିକ୍ରମ : ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୦/୦୭) : ଟିଟିଲାଗଡ ପୌର ପରିଷଦ କାର୍ଯ୍ୟାଳୟ ର ସମାଜ କଲ୍ୟାଣ ବିଭାଗରେ ବ୍ୟାପକ ବ୍ୟତିକ୍ରମ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।

ସମାଜ କଲ୍ୟାଣ ବିଭାଗରେ ସବୁ ଶ୍ରେଣୀ ର ନିର୍ଭରଶୀଳ ସାଧାରଣ ଲୋକଙ୍କ ନିମନ୍ତେ ଯଥା ଭିନ୍ନକ୍ଷମ, ବିଧବା, ବୃଦ୍ଧ, ବୃଦ୍ଧା ତଥା ବିଭିନ୍ନ ବର୍ଗ ର ହିତାଧିକାରୀ ଙ୍କୁ ମାସିକ ଭତ୍ତା ପ୍ରଦାନ ନିମନ୍ତେ ତାଲିକା ଭୁକ୍ତ କରାଯାଇଥିବା ସତ୍ତ୍ୱେ ଉକ୍ତ ରାଶି ପାଇଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ଅଭିଯୋଗ ହୋଇଛି ।

ମାସିକ ପାଞ୍ଚ ଶହ ତଥା ଅନ୍ୟ ନିର୍ଦ୍ଦିଷ୍ଟ ଶ୍ରେଣୀ ର ବ୍ୟକ୍ତି ଙ୍କୁ ସାତ ସହ ଟଙ୍କା ପ୍ରଦାନ କରାଯିବା ସରକାରୀ ନିୟମ ରହିଥିବା ବେଳେ ମନ ଇଚ୍ଛା ଦାୟିତ୍ୱରେ ଥିବା ଅଧିକାରୀ ଉକ୍ତ ଟଙ୍କା ପ୍ରଦାନ ନ କରି ହଇରାଣ, ହରକତ କରୁଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ପ୍ରକାଶ ଯେ, ଏହି ମାସିକ ଭତ୍ତା ଟଙ୍କା ଉକ୍ତ ହିତାଧିକାରୀଙ୍କ ପାଇଁ ଜରୁରୀ ହୋଇଥିବା ବେଳେ ଉକ୍ତ ଟଙ୍କା ପ୍ରଦାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ବାର ବା ଦିନ କିମ୍ବା ସ୍ଥାନ ଧାର୍ଯ୍ୟ କରାଯାଇ ନ ଥିବା ବେଳେ ନିଜ ମନ ମୁତାବକ ଉକ୍ତ ଟଙ୍କା ପ୍ରଦାନ କରିବା ଏପରିକି ମାସେ ଦୁଇ ମାସ ଧରି ଉକ୍ତ ରାଶି ପ୍ରଦାନ ନ କରିବା ଦେଖାଯାଉଛି ।

ସେହିପରି ସହରାଞ୍ଚଳରେ ଗୋଟିଏ ଓ ସହର ରୁ ଅନତି ଦୂରରେ ନିର୍ମିତ ଅନ୍ୟ ଏକ ପୌର ପରିଷଦ କାର୍ଯ୍ୟାଳୟ ଥିବା ବେଳେ ହିତାଧିକାରୀ କେଉଁ କାର୍ଯ୍ୟାଳୟ କୁ ଯିବେ ଓ କେବେ ତାଙ୍କ ଭତ୍ତା ରାଶି ମିଳିବ ତାହା ନେଇ ହଟହଟା ହେବା ସାର ହୋଇଛି । ଏଣୁ ବିଭାଗ ତରଫରୁ ଉକ୍ତ ରାଶି ବ୍ୟାଙ୍କ ଜମାଖାତାରେ ପ୍ରଦାନ ବ୍ୟବସ୍ଥା କରାଯାଉଥିବା ବେଳେ ଅନେକ ହିତାଧିକାରୀ ନିଜ ଜମାଖାତା ଦାଖଲ ସତ୍ୱେ ଅନୁରୂପ ଭାବେ କେଉଁ ବ୍ୟାଙ୍କ ହିତାଧିକାରୀ କେବେ ଓ କେମିତି ପାଇବେ ତାହା ଅଧିକ ଦୁର୍ବିସହ ହୋଇପଡିଛି ।

ବ୍ୟାଙ୍କ କର୍ତ୍ତୃପକ୍ଷ ନାନା ଆଳରେ ଅଧିକ ଦିନ ଗଡ଼ାଇବା ଅଭିଯୋଗ ହୋଇଛି । ଏ ନେଇ ବିଗତ ଦିନରେ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ପ୍ରକାଶ । ବର୍ତ୍ତମାନ ଚଳିତ ମାସ ଓ ପୂର୍ବ ମାସ ଏପରି ଦୁଇ ମାସ ପୁରି ଯାଇଥିଲେ ସୁଦ୍ଧା ଉକ୍ତ ରାଶି ହିତାଧିକାରୀ ଙ୍କୁ ମିଳି ପାରିନାହିଁ ।

ଏ ନେଇ ଯଥାଶୀଘ୍ର ଏହି ଦାୟିତ୍ୱରେ ଥିବା ଅଧିକାରୀ ଙ୍କ ଏଭଳି ଖାମ ଖିଆଲ ମନୋଭାବ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ସହ ଏ ସମସ୍ୟା ର ଉପଯୁକ୍ତ ସମାଧାନ ନିମନ୍ତେ ଜନସେବା ସିବିଓ ତରଫରୁ ଦୃଢ଼ ଦାବି ହେଉଛି ।

Popular Articles