ବୃକ୍ଷରୋପଣ କାର୍ଯ୍ୟକ୍ରମ ବେରେଡାକିଆ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ

0
151
ବୃକ୍ଷରୋପଣ କାର୍ଯ୍ୟକ୍ରମ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୨/୦୭) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ର ରାଇକିଆ ବନାଞ୍ଚଳ ଏବଂ ରାଇକିଆ ନାଗରିକ ମଞ୍ଚ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବେରେଡାକିଆ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2022 07 11 at 12.20.40 PM ବୃକ୍ଷରୋପଣ କାର୍ଯ୍ୟକ୍ରମ ବେରେଡାକିଆ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ

ରାଇକିଆ ନାଗରିକ ମଞ୍ଚ ସଭାପତି ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଏବଂ ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ପରେ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି, ବନ ବିଭାଗ କର୍ମଚାରୀ, ରାଇକିଆ ନାଗରିକ ମଞ୍ଚ ସଭ୍ୟ ଜନସାଧାରଣଙ୍କ ସହ ମିଶି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମୋଟ ୧୦୦ ରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ, ବନରକ୍ଷୀ ଅଜିତ କୁମାର ଗଣ୍ଡ ରାଇକିଆ ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ନିଥାଏଲ ନାୟକ, ରାଇକିଆ ନାଗରିକ ମଞ୍ଚ ଉପସଭାପତି ଡାଃ ସନ୍ତୋଷ କୁମାର ନାୟକ, ସମ୍ପାଦକ ମନେଶ୍ଵର ଦିଗାଳ, ଜୟାନନ୍ଦ ନାୟକ, ଦୁର୍ଯ୍ୟୋଧନ ଲେଙ୍କା, ରାଜକିଶୋର ପରିଛା, ବ୍ରଜ ପାଣିଗ୍ରାହୀ, ନଲିନୀ ନାୟକ, ପ୍ରକାଶ ନାୟକ, ମୋଶେଷ ଦିଗାଳ, ଦୁତିକୃଷ୍ଣ ପଣ୍ଡା ଯୋଗ ଦେଇ ପରିଚାଳନା କରିଥିଲେ ।