ନୂତନ ରାସ୍ତା ରେ ପାଣି ଜମୁଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧ

0
127
ନୂତନ ରାସ୍ତା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୨/୦୭) : ନୂତନ ରାସ୍ତା ନିର୍ମାଣ ସରିଥିବା ବେଳେ ମଧ୍ୟ ଲୋକ ମାନେ ନୂତନ ରାସ୍ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।WhatsApp Image 2022 07 11 at 12.20.39 PM 1 ନୂତନ ରାସ୍ତା ରେ ପାଣି ଜମୁଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ର ରାସ୍ତା ରାଇକିଆ-ମଣ୍ଡାସୁର ରାସ୍ତା ଗତ ଛଅ ମାସ ତଳେ ସାରିଥିଲା । ନୂତନ ରାସ୍ତା ନିମ୍ନମାନ ର ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଏବଂ ଏକ ଟିମ୍ କାମ ଦେଖି ଫେରିଯାଇଥିଲେ । ତତ୍ପରେ ପିସି କାରବାର ଯୋଗୁଁ କାମ ର ମାନ କମୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ବର୍ତ୍ତମାନ ବର୍ଷା ଦିନ ଚାଲିଥିବା ବେଳେ ବର୍ଷା ଯୋଗୁଁ ବହୁତ ଜାଗାରେ ପାଣି ଜମୁଥିବାର ଦେଖିବାକୁ ମିଳୁଛି ।

ନିମ୍ନମାନ ର ରାସ୍ତା ନିର୍ମାଣ ପାଇଁ ବହୁତ ଜାଗାରେ ଖାଲ ହୋଇ ପାଣି ଜମୁଥିବା ପାଇଁ ଗାଡ଼ିଚାଳକଙ୍କ ଠାରୁ ଆରମ୍ଭ କରି ପଦଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତାରେ ଯିବା ଆସିବା କରିବା ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାସ୍ତା ନିର୍ମାଣ ର ପ୍ରକୃତ୍ ଭାବେ ତଦନ୍ତ ନିଆଯିବା ସହ ରାସ୍ତା ର ମରାମତି ସଠିକ୍ ଭାବେ କରାଯାଉ ବୋଲି ସ୍ଥାନୀୟ ଲୋକମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।