Related Contents

ମାଲକାନଗିରିରେ ବଜେପିର ସଦସ୍ୟତା ଅଭିଯାନ ଆରମ୍ଭ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୦୧/୦୭): ଜିଲ୍ଲା ସଦର ମହକୁମା ନଗରଭବନ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ ୨୦୧୯-୨୦ ଆରମ୍ଭ ହୋଇ ଯାଇଛି | ଜୁଲାଇ ୦୬ରୁ ଆରମ୍ଭ ହୋଇ ଅଗଷ୍ଟ୧୧ରେ ଶେଷ ହେବ | ଜିଲ୍ଲାର ୭ଟି ମୋର୍ଚ୍ଚା ୧୭ଟି ଶକ୍ତି କେନ୍ଦ୍ରରେ ଆରମ୍ଭ ହେବ |

ପ୍ରତ୍ୟେକ ସଦସ୍ୟ ପାଖାପାଖି୨୫ ଜଣ ନୂତନ ସଦସ୍ୟଙ୍କୁ ପଞ୍ଜିକୃତ କରାଇବେ | ଆଗାମୀ ସମୟରେ ଭାଜପା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ କରିପାରିବା | ଉକ୍ତ ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦଶରଥ ପୋଡ଼ିଆମୀ, ଯୁବମୋର୍ଚ୍ଚ ସଭାପତି ଭବାନୀ ମୁଖାର୍ଜୀ, ନଗର ସଭାପତି ବାଳାରଜୁ ପଡାଲ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ୟାମଲ ସୁନାନୀ, ମହିଳା ସଭାପତି ପୂର୍ଣ୍ଣିମା ସାହା, ମାଣିକ ଲାଲ ଚକ୍ରବର୍ତ୍ତୀ, ମିଡ଼ିଆ ପ୍ରମୁଖ ଶ୍ରୀନିବାସ ପାତ୍ର ଯୋଗଦେଇଥିଲେ ।

Comments are closed.