Related Contents

ବୈପାରୀଗୁଡାରେ ବନ ମହୋତ୍ସବ ପାଳନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୧/୦୭): ବୈପାରୀଗୁଡା ବନ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ହୋଇଯାଇଛି | ବୈପାରୀଗୁଡା ବନଖଣ୍ଡ ଅଧିକାରୀ ରମେଶ ଚଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର କର ଯୋଗ ଦେଇ ବନମହୋତ୍ସବର ଆବଶ୍ୟକ କାହିଁକି ରହିଛି ତାହା ଭାଷଣରେ ପ୍ରକାଶ କରିଥିଲେ |

ସମ୍ମାନୀୟ ଅତିଥି ମଧ୍ୟରୁ ବୈପାରୀଗୁଡା ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି, ଉପାଧକ୍ଷ ତିଲୋଚନ ଜେନା, ସରପଞ୍ଚ ଭାଗିରଥି ମୁରଜିଆ, ଚନ୍ଦ୍ରପୋଡା ସରପଞ୍ଚ ଅଭି ନାୟକ, ବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ ପଟ୍ଟନାୟକ ଗିରିଶ ପାଳ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରୀତା ବିଷୟରେ ବୁଝାଇଥିଲେ | ଏହି ଅନୁଷ୍ଠାନର ଛତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ରଚନା ଓ ଚିତ୍ର ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରାଯାଇଥିଲା |

ପରେ ଅତିଥି ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ୨୦୦ରୁ ଉର୍ଦ୍ଧ ଆମ୍ବ, ନଡ଼ିଆ, ନଗେଶ୍ଵେରୀ, ପଣସ, ସଯୋନା, ପିଜୁଳି ଆଦି ଚାରା ରୋପଣ କରାଯାଇଥିଲା | ଏଥିରେ ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟ ସହଯୋଗ କରିଥବା ବେଳେ ବନପାଳ ବିକାଶ ପାତ୍ର, ରଘୁନାଥ ସୁଆର, ବାସନ୍ତି ମାଳା ପଣ୍ଡା, ରାଜନୀତି କାନ୍ତ ମହାପାତ୍ର ହୋରେକୃଷ୍ଣ ମହାନ୍ତି ଉପସ୍ଥିତ ଥିଲେ |

Comments are closed.