ପାଣିମୁଣ୍ଡା ଜଳସେଚନ ଯୋଜନା ୧୦ବର୍ଷ ପରେ ମଧ୍ୟ୍ୟ ଅସମ୍ପୂର୍ଣ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୧/୦୭): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ନାକିଟିଗୁଡା ପଂଚାୟତର ସାନମାଟିକଣା ଠାରେ ଅବସ୍ଥିତ ଗାଁ ନାଳରେ ପାଣିମୁଣ୍ଡା ଜଳ ସେଚନ ପ୍ରକଳ୍ପ ୨୦୦୯ ମସିହାରେ ଆରମ୍ଭ କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ଆରମ୍ଭ ଏହି ପ୍ରକଳ୍ପ ହୋଇଥିଲା |

ଜମିରେ ଜଳସେଚନ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ କରାଯାଉଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ମାଟିକଣା ବାସି ଏହି ସୁବିଧାରୁ ବଞ୍ଚିତ | ଏହି ଗ୍ରାମରେ ଆରମ୍ଭ ହୋଇଥିବା ପାଣିମୁଣ୍ଡା ଜଳସେଚନ ଯୋଜନା ଦୀର୍ଘ ୧୦ ବର୍ଷ ହେଲା ଆରମ୍ଭ ହୋଇ ମଧ୍ୟ୍ୟ ସମ୍ପୂର୍ଣ୍ଣ ହୋଇନାହିଁ | ଅନ୍ୟପଟେ ପାଣି ଅଟକାଇବା ନିମନ୍ତେ ନିର୍ମିତ ସିମେଣ୍ଟ କାନ୍ଥ ଗୁଡିକ ଭାଙ୍ଗି ଗଲାଣି | ଏହି ପ୍ରକଳ୍ପଟି କାଶୀପୁର ବ୍ଲକ ପ୍ରଶାସନ ତରଫରୁ ୨ ଲକ୍ଷ ଟଙ୍କା ଵ୍ୟୟରେ କରାଯାଇଥିଲା ବର୍ତମାନ ସୁଦ୍ଧା କାମ ଅସମ୍ପୂର୍ଣ ରହିଥିବାରୁ ଗ୍ରାମର ଚାଷୀ ମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି | ନାଳ ପାଣି ଅଟକାଇବା ନିମନ୍ତେ ନିର୍ମିତ ୨୦ମିଟର ସିମେଣ୍ଟ କାନ୍ଥ ନିର୍ମାଣର କିଛି ମାସ ପରେ ଭୁଶୁଡି ପଡ଼ିଥିବା ଗ୍ରାମ ବାସି ଅଭିଯୋଗ କରୁଛନ୍ତି | ଏହି କାମ ଯଦି ସମ୍ପୂର୍ଣ୍ଣ ହୁଏ ଏହି ଅଂଚଳରେ ଜଳସେଚନର ସୁବିଧା ହେବ ଓ ବହୁ ଚାଷୀ ଉପକୃତ ହେବେ ବୋଲି ପୂର୍ବତନ ସରପଞ୍ଚ ପତାଡ଼ି ମାଝୀ, ଶିବ ମାଝୀ ଭାସ୍କର ମାଝୀ କହିଛନ୍ତି ଓ ଜ଼ିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ କାମ ଆରମ୍ଭ କରିବାକୁ ନିବେଦନ କରିଛନ୍ତି |

Comments are closed.