ଜମି ଚି଼ହ୍ନଟ ନିମନ୍ତେ ନୂଆଗାଁ ଆଦିବାସୀଙ୍କୁ ଗୁଣୁପୁର ଉପଜ଼ିଲ୍ଲାପାଳଙ୍କ ପ୍ରତିଶୃତି

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୩୦/୦୬): ଉପଜିଲ୍ଲାପାଳ ଡ଼କ୍ତର ଶିଧେଶ୍ୱର ବଳିରାମ ବନ୍ଦର ଗତ କାଲି ଚନ୍ଦ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଂଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇଥିଲେ | ଦୁଇ ପାହାଡ଼ ଚଢି ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ |

ଏହି ସମୟରେ ବିଜାପୁର ପଂଚାୟତର ନୂଆଗାଁର ଆଦିବାସୀ ମାନେ ସେମାନଙ୍କ ଦୀର୍ଘ ଦିନର ଜମି ବିବାଦ ନେଇ ଉପଜ଼ିଲ୍ଲାପାଳଙ୍କୁ ଅବଗତ କରାଇଥିଲେ | ସରକାରଙ୍କ ତରଫରୁ ଆମ ନୂଆଗାଁ ବାସୀଙ୍କୁ ବିଜେପୁର ମୌଯାରେ ଖାତା ନ ୬୦ ଓ ୬୧ରେ ପ୍ଲଟ ନ ୪୯୬, ୫୧୯, ୫୨୦, ୫୨୫, ୫୪୩, ୫୨୩, ୫୨୧, ୫୭୯, ୫୨୨, ୬୦୫ ଓ ସେହିପରି ରାଜସ୍ବ ଜମି ବିଜାପୁର ମୌଜା ର ଖାତା ୫୯/୩୦ ଜମି ଦିଆଯାଇଛି | କିନ୍ତୁ ଲମ୍ବାରୁ ଓ ଲିଡିଙ୍ଗପଦର ଗ୍ରାମବାସି ଆମ ଜମିରୁ ଧାନ କାଟି ଗତ ୨୦୧୭ ମସିହାରୁ ନେଇଯାଉଛନ୍ତି | ସେହି ବର୍ଷ ଠାରୁ ଆମେ ପୂର୍ବ ପୁରୁଷରୁ ଚାଷ କରି ଲଗାଇ ଥିବା କାଜୁ ଗଛରୁ କାଜୁ ଫଳ ମଧ୍ୟ ନେଇଯାଉଛନ୍ତି | ଏହି ବିଷୟ ନେଇ ଆମେ ଗ୍ରାମବାସି ଚନ୍ଦ୍ରପୁର ଥାନାରେ ୦୯.୦୬.୨୦୧୭ ରେ ଅଭିଯୋଗ କଲାପରେ ଥାନା କେସ ନ ୦୮/୦୯.୦୬.୨୦୧୭ ଅନୁଯାଇ u/s ୨୯୪, ୩୨୩, ୪୪୭, ୫୦୭, ୩୦୭, ୩୪ ଆଇ ପି ସି ଧାରା ଅନୁଯାଇ କେସ ରଜୁ କରି ଲିଡିଙ୍ଗ ପଦରର ମାଥିଉ କିନିହାଡାକା, ଡାଉଦଦଶପ୍ରାସକା ଓ ନଦିଆ ଦଶପ୍ରାସ୍କାକୁ ବିଷମକଟକ ଜେଏମଏଫସି କୋର୍ଟକୁ ଚାଲାଣ କରିଥିଲେ | ପରବର୍ତୀ ମୁହୂର୍ତ୍ତରେ ଏହି ତିନିଜଣ ଗୁଣୁପୁର ଏ ଡି ଯେ କୋର୍ଟରୁ ସର୍ତ୍ତ ମୂଳକ ଜାମିନରେ ବାହାରି ୧୩.୦୭.୨୦୧୭ ରେ ଆମର ଜମିରେ ଜୋର ଜବର ଦସ୍ତ ଚାଷ କରିଥିଲେ | ଏହି ବିଷୟ ନେଇ ଆମେ ଗୁଣୁପୁରର ତତକାଳୀନ ଓ ବର୍ତମାନର ପି ଡି ଡି ଆର ଡି ଅମ୍ରିତ ଋତୁରାଜଙ୍କୁ ଏହି ବିଷୟରେ ଅବଗତ କରାଇଥିଲୁ |

ସମସ୍ତ ବିଷୟ ଅବଗତ ହୋଇ ଶ୍ରୀ ଋତୁରାଜ ସାର ଏହି ବିବାଦୀୟ ଜମିରୁ ଧାନ ଅମଳ କରି ଚନ୍ଦ୍ରପୁର ଆର ଆଇଙ୍କ ଜିମାରେ ରଖିବା ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ନିର୍ଦେଶ ପାଇଁ ଆର ଆଇଙ୍କ ସହ ପୋଲିସ ଘଟଣା ସ୍ଥଳକୁ ଧାନ ଅମଳ ପାଇ ଯାଇଥିଲେ ଏହି ସମୟରେ କୌଣସି ସୂତ୍ରରୁ ଲିଡିଙ୍ଗ ପଦର ବାସି ଖବର ପାଇ ରାତାରାତି ଧାନ କାଟି ନେଇ ଯାଇଥିଲେ | ପୁନଶ୍ଚ ଆଶ୍ଚର୍ଯ୍ୟର ବିଷୟ ୨୦୧୦ମସିହାର ଯେତେବେଳେ ଲିଡିଙ୍ଗପଦର ଗ୍ରାମବାସିଙ୍କୁ ଜଙ୍ଗଲ ଜମି ଶିରୋନାମା ଦିଆଯାଇଛି ସେଥିରେ ମଳାଙ୍ଗବାଜୁ ମୌଜା ଲେଖାଯାଇଛି | ବିଜେପୁର ପଂଚାୟତ ଅଧୀନରେ ମଳାଙ୍ଗବାଜୁ ବୋଲି କୌଣସି ମୋଜା ନାହିଁ ଦ୍ବିତୀୟତଃ ଏଫ ଆର ସି ନ ୧୧୨୭୧୪/୨୦୧୦ ଯାହା ବିନାମିନୀ କିଣିହା ଡାକା, ୧୧୨୮୯/୨୦୧୦ ନହ ଦାସପରସ୍କା ଓ ୧୧୨୭୫/୨୦୧୦ ଆୟୁବ କିଣିହାଡାକକୁ ଦିଆଯାଇଛି | ସେତେବେଳେକୁ ସେମାନଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ଥିଲା ସେମାନଙ୍କ ନାଁରେ କିପରି ଜଙ୍ଗଲ ଜମି ଶିରୋନାମା ଦିଆଗଲା | ତଦନ୍ତ କରାଯାଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଓ ଉକ୍ତ ଶିରୋନାମାକୁ ରଦ୍ଦ କରାଯାଉ ବୋଲି ଜଣାଇଥିଲେ |

ଆମେ ଜ଼ିଲ୍ଲାପାଳଙ୍କ ଜନ ଶୁଣାଣିରେ ବାରମ୍ବାର ଅଭିଯୋଗ ଗତ ଜୁନ ୨୦୧୭ ମସିହାରୁ ବର୍ତମାନ ସୁଦ୍ଧା ଅଭିଯୋଗ କରିଆସୁଛୁ କିନ୍ତୁ କୌଣସି ସୁଫଳ ମିଳୁନାହିଁ କିନ୍ତୁ ଆମ ଜମିରୁ ସେହି ଲିଡିଙ୍ଗପଦର ଗ୍ରାମବାସୀ ବାରମ୍ବାର ଜମି ଚାଷ କରୁଛନ୍ତି ଓ କାଜୁ ଫଳ ନେଇଯାଉଛନ୍ତି ଏଣୁ ଆପଣକୁ ଅନୁରୋଧ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବେ ବୋଲି ନୂଆଗାଁ ଗ୍ରାମବାସି ଉପଜ଼ିଲ୍ଲାପାଳ ବି ଏସ ବଳିରାମଙ୍କୁ ଚନ୍ଦ୍ରପୁରର ବିଜେପୁର ପଂଚାୟତ ର ନୂଆଗାଁ ଗସ୍ତ ବେଳେ ଜଣାଇଥିଲେ | ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଉପଜ଼ିଲ୍ଲାପାଳ ପ୍ରତିଶୃତି ଦେଇଥିଲେ |

Comments are closed.