ଠିକା ସଂସ୍ଥା ସହ ପ୍ରଶାସନ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୋଲ କାମ ବିଳମ୍ବ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୩୦/୦୬): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ୪ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ନୂତନ ପୋଲ ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ରର ଏକ ଠିକା ସଂସ୍ଥା ୭କୋଟି ଟଙ୍କା ବ୍ୟୟରେ ୨୦୧୫-୨୦୧୬ ବର୍ଷରେ ନିଜ ହାତକୁ ନେଇ ଥିବା ସୂଚନା ମିଳିଛି ।

ଦୀର୍ଘ ବର୍ଷ ଧରି ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି । ୨୦୧୬ ମସିହା ଜୁଲାଇ ମାସରେ ବର୍ଷାରେ ବ୍ରିଟିଶ ଶାସନ କାଳରୁ ଥିବା ପୁରୁଣା ପୋଲଟି ବର୍ଷା ରେ ଭାସି ଯାଇଥିବା ଯୋଗୁଁ ଉକ୍ତ ପୋଲ ନିକଟରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ଅଟକଳରେ ଚାରି ଚାରି ଥର ଅସ୍ଥାୟୀ ପୋଲର ନିର୍ମାଣ କରାଯାଇଥିବା ବେଳେ ପୁଣି ବର୍ଷା ହେଲେ ଧୋଇ ଯାଇ ତାହା ଜନସାଧାରଣଙ୍କ କୌଣସି ବ୍ୟବହାର ଉପଯୋଗୀ ହେଉ ନ ଥିବା ନେଇ ଅଭିଯୋଗ ପରେ ନୂତନ ପୋଲ ନିର୍ମାଣ ନିମନ୍ତେ ଆନ୍ଧ୍ରର ଏକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା । ଯଦି ସରକାରଙ୍କ ସ୍ଥାନୀୟ ଜନ ସାଧାରଣଙ୍କ ନିମନ୍ତେ ନୂତନ ପୋଲ କରିବାର ଥିଲା ତେବେ ଚାରି ଚାରି ଥର ଅସ୍ଥାୟୀ ପୋଲ ନିର୍ମାଣ କରି ସରକାରଙ୍କ ରାଜସ୍ଵ ନଷ୍ଟ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଉକ୍ତ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଯଥା ଶିଘ୍ର ସରୁ ନଥିବା ଯୋଗୁଁ ପୁଣି ଆଗାମୀ ବର୍ଷା ରୁତୁରେ ଗୁଣପୁର ବ୍ଲକର ତିନି ଗୋଟି ପଞ୍ଚାୟତ ଓ ପୋଡଶୀ ୫୦ଗ୍ରାମ ପୂର୍ବ ଭଳି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ମତ ପ୍ରକାଶ ପାଉଛି । ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏପ୍ରିଲ ୨୦୧୮ମସିହା ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟାର୍ଗେଟ ଦିଆ ଯାଇଥିବା ବେଳେ ଆନ୍ଧ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ଅବହେଳା ନିମନ୍ତେ ପୂର୍ବତନ ବିଧାୟକ ଏବଂ ସାଂସଦ ଏହା ଉପରେ ଦ୍ରୁଷ୍ଟି ଦେଲେ ନାହିଁ କାହିଁକି ଅଥବା ଆନ୍ଧ୍ର ଠିକା ସଂସ୍ଥାକୁ ପୌଷ୍ୟ ପୁତ୍ର ଆଦର୍ଶ ଦେଖି ଅଣଦେଖା କରିଛନ୍ତି ବୋଲି ସ୍ଥାନୀୟ ବୁଦ୍ଧୀ ମହଲରେ ଚର୍ଚ୍ଚା ହେଉଛି । ଏହା ସ୍ଥାନୀୟ ଲୋକଙ୍କ ପ୍ରତି ଅଣଦେଖା ନା ପୂର୍ବତନ ବିଧାୟକ ଏବଂ ସଂସାଦଙ୍କ ଆନ୍ଧ୍ର ଠିକା ସଂସ୍ଥା ସହ ନିବିଡ଼ ମଧୁଚନ୍ଦ୍ରିକା ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଆନ୍ଧ୍ର ଠିକା ସଂସ୍ଥାକୁ ବଦଳାଇ ଏକ ନୂତନ ସଂସ୍ଥାକୁ ଉକ୍ତ କାର୍ଯ୍ୟ ସମାପନ କରିବା ନିମନ୍ତେ ଦାବୀ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦେବା ନିମନ୍ତେ କେଉଁ ରାଜନୈତିକ ଚାପ କାମ କରୁଛି ତାହା ଜନ ସାଧାରଣ ମହଲରେ ଆଲୋଡନ ସୃଷ୍ଟି କରୁଛି । ବର୍ତ୍ତମାନ ଦେଖିବାକୁ ରହିଲା ଆଗାମୀ ଦିନରେ ଜନସାଧାରଣଙ୍କ ସୁବିଧା ସୁଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବର୍ତ୍ତମାନ ବିଧାୟକ ଏବଂ ସାଂସଦ ଦୃଷ୍ଟି ଦେବେ ନା ଆନ୍ଧ୍ର ଠିକା ସଂସ୍ଥା ଉପରେ ଆସ୍ଥା ପ୍ରକଟ କରି ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବେ |

Comments are closed.