Thursday, March 28, 2024

Top 5 This Week

Related Posts

ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୯/୦୭) : ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର ।Bahuda concludes ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର

ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର । ଭୋର ୪ ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି । ଏହାପରେ ସାଢ଼େ ୨ ଟାରେ ଛେରାପହଁରା ଓ ଅପରାହ୍ନ ୪ ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତେବେ ତା’ର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ଚାଲିଛି ପ୍ରସ୍ତୁତି । ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । କୋଭିଡ୍ କଟକଣା ଯୋଗୁ ଦୁଇ ବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱର ର ବେଶ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଏ ବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଥର ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଏଥିସହ ସୁନାବେଶ ସମୟରେ ଯେପରି ବିଗ୍ରହମାନଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି ।

Popular Articles