ଉପଜିଲ୍ଲାପାଳଙ୍କ ଚନ୍ଦ୍ରପୁର ଗସ୍ତ

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୩୦/୦୬): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚନ୍ଦ୍ରପୁର ବ୍ଲକର ବୁଡୁବାଲି ପଚ଼ାଂୟତର ବ୍ରହାଗାଡା, ଫୁକୁରା ଓ ଅନ୍ୟଗ୍ରାମ ବୁଲି ଲୋକମାନଙ୍କ ସମସ୍ୟା ପଚାରିି ବୁଝିଥିଲେ |

ଲୋକମାନଙ୍କ ପିଇବାପାଣି, ରାସ୍ତା ନ ଥିବା ଦେଖି ବିଡିଓ ଜର୍ଜ ଡୁଗଂଡୁଗଂଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ କହିଥିଲେ ଏବଂ ବ୍ରହାଗାଡା, ଆମ୍ବିଲିମା ଗ୍ରାମରେ ଇନ୍ଦିରା ବାସ ଗୃହ ଦେବା ନିମନ୍ତେ ମଧ୍ୟ୍ୟ କହିଥିଲେ | ଏହି ଗତ ସନିବାର ଉପଜିଲ୍ଲାପାଳ ଶ୍ରୀ ସିଦେଶ୍ୱର ବଳିରାମଙ୍କ ଗସ୍ତ ସମୟରେ ସହକାରି ଉପଜିଲ୍ଲାପାଳ ଶ୍ରୀ ସୁକାନ୍ତ ପ୍ରଧାନ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଂଜିତା ପ୍ରତିଙ୍ଗା, ବିଡିଓ ଶ୍ରୀ ଜର୍ଜ ଡୁଗଂଡୁଗଂ, ଚନ୍ଦ୍ରପୁର ତହସିଲଦାର ଶ୍ରୀ ମାନସ କୁମାର ଘଡେଇ, ବ୍ଲକ କର୍ମଚାରୀ ପ୍ରମୁଖ ଗମନ କରିଥିଲେ | ଏବଂ ବୁଲିବା ପରେ ଚନ୍ଦ୍ରପୁର ତହସିଲ ଅଫିସ ଫେରି ତହସିଲ କର୍ମଚାରୀଙ୍କୁ ଭେଟିଥିଲେ ଓ ତହସିଲ ଅଫିସ ବୁଲି ଦେଖିଥିଲେ | ତାପରେ ଗୁଣୁପୁର ଫେରି ଯାଇଥିଲେ |

Comments are closed.