ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା !

0
124
ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଜାପାନ/ନୂଆଦିଲ୍ଲୀ, (୦୯/୦୭) : ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ହୋଇଛି । ପଶ୍ଚିମ ଜାପାନ ର ନାରା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଉପରକୁ ଗୁଳିମାଡ କରିଥିଲା ।shinzo abe 1657264280 ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା !

ଦୁଇଟି ଗୁଳି ତାଙ୍କ ବାମ ପଟ ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଲରେ ହିଁ ଟଳି ପଡିଥିଲେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୪୧ ବର୍ଷିୟ ବ୍ୟକ୍ତି ଗୁଳି ମାଡ କରି ପଳାଇଥିବା ବେଳେ ତାଙ୍କ ସୁରକ୍ଷା କର୍ମୀ ତାକୁ କାବୁ କରିନେଇଥିବା ଜଣାପଡିଛି ।

ହେଲେ ଗୁଳିମାଡ ର କାରଣ କ’ଣ ଏ ଯାଏଁ ଜଣାପଡିନି । ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ନେତା ଥିଲେ । ସେ ଏବେ ଯାଏଁ ଥିବା ଶାସକଙ୍କ ମଧ୍ୟରୁ ଦୀର୍ଘ ଦିନ ଯାଏଁ ଦେଶ ର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶକୁ ସୁଶାସନ ଦେଇଥିଲେ ।