ବହୁ ପ୍ରତିକ୍ଷିତ ବାଙ୍ଗି ରାସ୍ତାର କାମ ଦୁଇ ଦିନ ମଧ୍ୟରେ ଆରମ୍ଭ: କନିଷ୍ଠ ଯନ୍ତ୍ରୀ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା (୨୯/୦୬): ବହୁ ପ୍ରତିକ୍ଷିତ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅଧିନସ୍ଥ ବାଙ୍ଗିଛକ ଠାରୁ ପ୍ରାୟ ୧୨୦୦ ମିଟର ରାସ୍ତା ଜମି ଅଧିଗ୍ରହଣ ହୋଇଛି । ୧୯୮୦ ମସିହାରେ ଯେତେବେଳେ ପୂର୍ତ୍ତବିଭାଗ ରାସ୍ତା ପ୍ରଶସ୍ଥି କଲା ସେତେବେଳେ କିଛି ଲୋକଙ୍କ ଜମି ଅଧିଗ୍ରହଣ କରିଥିଲେ । ହେଲେ ସେମାନଙ୍କ କ୍ଷତିପୂରଣ ଅର୍ଥ ଦେଉ ନ ଥିଲେ ।

ତେଣୁ ଗ୍ରାମର ଜମି ଯାଇଥିବା ଲୋକମାନେ ଏବେ ରାସ୍ତା ପ୍ରଶସ୍ତି କାର୍ଯ୍ୟ ନିମନ୍ତେ ଜମି ଛାଡୁ ନ ଥିଲେ । ବିଭିନ୍ନ ପତ୍ର ପ୍ରତ୍ରିକା ଓ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାର ହୋଇଥିଲା । ସେହି ୧୨୦୦ ମିଟର ରାସ୍ତାରୁ ୫୦୦ମିଟର ରାସ୍ତା ସରକାରୀ ଜାଗାରେ ଥିବାବେଳେ ସେଠାରେ ମଧ୍ୟ କାମ ହୋଇପାରୁ ନ ଥିଲା । ସେହି ଅନୁସାରେ ରାମନାଗୁଡା ତହସିଲଦାର ଚିଠି ନଂ ୯୫୩/୧୯ରେ ଗ୍ରାମସଭା ନିମନ୍ତେ ହିତାଧିକାରୀ ଏବଂ ଗ୍ରାମବାସୀଙ୍କୁ ଡକାଇ ଗ୍ରାମସଭା କରାଯାଇଥିଲା । ଏହି ଗ୍ରାମସଭାରେ ଜମି ଚିହ୍ନଟ ଏବଂ ମୂଲ୍ୟାଙ୍କନ ପାଇଁ ଏହି ବୈଠକ ମାଧ୍ୟମରେ ଗ୍ରାମ ବାସିନ୍ଦାଙ୍କ ସହଯୋଗରେ ନିସ୍ପତି କରିବାକୁ କୁହାଗଲ। । ହିତାଧିକାରୀ ମାନେ ସର୍ବସାଧାରଣ ସ୍ୱାର୍ଥ ଦୂଷ୍ଟିରୁ କାଯ୍ୟ ଆରମ୍ଭ କରିବାକୁ ସହମତି ହେଲେ । ଏହି କାଯ୍ୟ ଆରମ୍ଭ କରାଗଲେ ଗ୍ରାମବାସିଙ୍କ ତରଫରୁ କୌଣସି ଆପତ୍ତି ରହିବ ନାହିଁ ବୋଲି ବୈଠକରେ ଆଲୋଚନା ସହ ଲିଖିତ ଭାବେ ରଖାଯାଇଥିଲା । ଆଗାମୀ ୨ରୁ ୩ମାସ ମଧ୍ୟରେ ଜମି ଅଧିଗ୍ରହଣ ହିତାଧିକାରୀ ମାନଙ୍କୁ ଟଙ୍କା ଦିଆଯିବା ନିମନ୍ତେ ନିସ୍ପତି ନିଆଗଲା । ସରକାରୀ ନିୟମ ଅନୁଯାୟୀ ଜମି ମାପ କରି ଏବଂ ଜମିର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରି ଟଙ୍କା ଦେବାପାଇଁ ନିସ୍ପତି କରାଗଲା । ଏହି ବୈଠକ ରାମନାଗୁଡା ତହସିଲଦାର ଶ୍ରୀମତୀ ଜୟଶ୍ରୀ ମଲ୍ଲିକଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକରେ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାଢୀ,ସେକ୍ସସନ ଅଫିସର ଧନେଶ୍ୱର କୁମ୍ପାର,ସଂପୂକ୍ତ ରାଜସ୍ୱ ନୀରିକ୍ଷକ ସୂର୍ଯ୍ୟନାରାୟଣ, ସୁପର ଭାଇଜର ବିକାଶ ଚନ୍ଦ୍ର ପାଲ ଉପସ୍ଥିତ ଥିଲେ ।

Comments are closed.