Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ପୁଣି ଋୂପାନ୍ତରିତ ହେବ ୩୧ ଟି ଉଚ୍ଚ ବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୮/୭) : ବୌଦ୍ଧ ଜିଲ୍ଲାରେ ପୁଣି ଋୂପାନ୍ତରିତ ହେବ ୩୧ ଟି ଉଚ୍ଚ ବିଦ୍ୟାଳୟ । ଜିଲ୍ଲାରେ 5T ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୪ ଗୋଟି ବିଦ୍ୟାଳୟକୁ ରୁପାନ୍ତରିତ କରାଯାଇଥିଲା ।WhatsApp Image 2022 07 09 at 3.55.22 AM ବୌଦ୍ଧ ଜିଲ୍ଲାରେ ପୁଣି ଋୂପାନ୍ତରିତ ହେବ ୩୧ ଟି ଉଚ୍ଚ ବିଦ୍ୟାଳୟ

ଏବେ ବୌଦ୍ଧ ଜିଲ୍ଲାରେ ପୁଣି ତୃତୀୟ ପର୍ଯ୍ୟାୟରେ ଆଉ ୩୧ ଟି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରିତ ଯୋଜନାରେ ସାମିଲ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ନୂତନ ଭାବରେ ରୂପାନ୍ତରିତ ବିଦ୍ୟାଳୟ ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ସହିତ ଆଗକୁ କିପରି କାର୍ଯ୍ୟ କରିବେ ସେ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟକୁ ଅନୁଶୀଳନ କରି ତୃତୀୟ ପର୍ଯ୍ୟାୟ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ରୁପାନ୍ତରିତ ଯୋଜନାରେ ସରକାରଙ୍କ ଆଭିମୁଖ୍ୟ କୁ ବୁଝିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିଜେ ଶିକ୍ଷା ବିଭାଗ ର ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ର ଆଲୁମିନି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସଫଳ ଭାବରେ ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ରୂପାନ୍ତରିତ ଯୋଜନା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଇ-ଲାଇବ୍ରେରୀ, ଇ-ପରୀକ୍ଷାଗାର, ସ୍ୱଚ୍ଛ ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ, ସ୍ମାର୍ଟ ଶ୍ରେଣୀ କକ୍ଷ ନିର୍ମାଣ କରିବା ସହିତ ବିଦ୍ୟାଳୟ ର ସମ୍ମୁଖ ଦ୍ୱାର ଓ ପାରିପାଶ୍ୱିର୍କ ଉନ୍ନତି କୁ ନିଶ୍ଚିତ ଭାବରେ କରାଇବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି ତାହା ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଯୋଜନାରେ ଶିକ୍ଷା ବିଭାଗ ର ଶତ ପ୍ରତିଶତ ଦାୟିତ୍ୱ ରହିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକମାନେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବୈଠକରେ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହତ ବୈଠକ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ, ହରଭଙ୍ଗା ବିଡିଓ ସ୍ମିତା ରଥ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପ୍ରଦିପ୍ତ କୁମାର ମହାନ୍ତିଙ୍କ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ନୂତନ ଭାବରେ ରୂପାନ୍ତରିତ ଯୋଜନାରେ ସାମିଲ ହୋଇଥିବା ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।

Popular Articles