Related Contents

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରିପୋର୍ଟ: ଯୁବାରାଜ ଅଗ୍ରୱାଲ
ଧର୍ମଗଡ(୩୦/୦୬): ଆଜି ରବିବାର ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁରିଗୁମା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି |

ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଅଗସ୍ତି ମାଝୀ କପୁରମାଳ ନିକଟରେ ଥିବା ଗୋଟାଏ ଗଛରେ ଚଢ଼ି ଯାଇଥିଲା । ଏବଂ ନିଜକୁ ଆତ୍ମହତ୍ୟା କରିବାର ଧମକ ଦେଇଥିବାରୁ ଗାଁ ଲୋକେ ଡରିଯାଇଥିଲେ ଲ ଖବର ପାଇ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେ ସ୍ୱlମିକୁ କାବୁ କରି ପୋଲିସ ଷ୍ଟେସନ ନେଇ ଯାଇଥିଲା | ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସର ପଚରାଉଚରା ଚାଲିଛି |

Comments are closed.