Related Contents

ପୋଡାପଦରେ ପାଣି ପାଇଁ ହନ୍ତସନ୍ତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୩୦/୦୬): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ପୋଡାପଦର ଗ୍ରାମର ପାନିୟଜଳ ସମସ୍ୟା ଦିନକୁଦିନ ବଡ଼ିବାରେ ଲାଗିଛି |

ପଞ୍ଚାୟତ କାର୍ଯ୍ୟଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଏହି ଗ୍ରାମରେ ଶାଠିଏରୁ ଅଧିକ ପରିବାର ବସବାସ କରୁଛନ୍ତି କିନ୍ତୁ ଗୋଟିଏ ମାତ୍ର ସରକାର ନଳକୂପ ଉପରେ ସମସ୍ତେ ନିର୍ଭର କରୁଛନ୍ତି | ଏଠାରେ ସମସ୍ତଙ୍କ ପାନୀୟ ଜଳ ସହ ଗାଧୁଆ, ଲୁଗାପଟା ସଫା କରିବା, ପରି ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ଏହି ଗୋଟିଏ ନଳକୂପ ଉପରେ ଭରଷା କରୁଥିବା ଯୋଗୁଁ ପ୍ରତିଦିନ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳିଛି | ଏଣୁ ବିଭାଗୀୟ ଅଧିକାରୀ ଏଠାରେ ନଳକୂଅର ବ୍ୟବସ୍ଥା କଲେ ଗ୍ରାମବାସିଙ୍କ ଦୁଃଖ ଦୂର ହେବା ସଙ୍ଗେ ସାଙ୍ଗେ ଦୂଷିତ ପରିବେଶରୁ ଦୁରେଇ ରୋଗ ମୁକ୍ତ ହୋଇପାରିବ ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି |

Comments are closed.