୧୩୩ କୋଟି ର ମେଗା ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି

0
150
୧୩୩ କୋଟି ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୭) : ରାଜ୍ୟ ସରକାର କାଶୀନଗର ବ୍ଲକରେ ଚାଷୀଙ୍କୁ ଜଳ ଯୋଗାଣ ନିମନ୍ତେ ୧୩୩ କୋଟି ର ଚାରୋଟି ମେଗା ପ୍ରକଳ୍ପ (ଲିଫ୍ଟ) ମଞ୍ଜୁର କରିଥିଲେ । ହେଲେ ଏହା ଚାଷୀଙ୍କ କାମରେ ଲାଗୁନି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଗତ ବୁଧବାର ଦିନ ସ୍ଥାନୀୟ ହାଡୁ ଭାଙ୍ଗି ପୂର୍ତ୍ତ ବଙ୍ଗଳା ଠାରେ ଏକ ଚାଷୀ ସଚେତନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ହାଇଟେକ୍ ଗ୍ରୁପ ର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ଇ. ରୁପେଶ୍ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ବୀର ରାଜୁ, ଗଜପତି ରାଓ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ଷୟମ୍ମା, ଜୋନ୍ ୬ ସଭ୍ୟ ବାଲାରାଜୁ, ବିଜେଡି ସମ୍ପାଦକ ମରୁତ ପାଳ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ହେଲେ କାଶୀନଗର ବ୍ଲକରେ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ରୁଗ୍ନ ହୋଇ ପଡିଥିବା ବେଳେ ସରକାର ୧୩୩ କୋଟି ର ୪ ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କଲେ ।

ସମ୍ପୃକ୍ତ ଠିକାଦାର ଗୁଡ଼ିକ ବାହାର ରାଜ୍ୟ ର ହୋଇଥିବା ବେଳେ ଅତି ମନ୍ଥର ଗତିରେ କାମ କରିବା ଯୋଗୁଁ ଚାଷୀ ଜଳ ସେଚନ ରୁ ବଞ୍ଚିତ ହେଉଥିବା ମତ ପ୍ରକାଶ ପାଇଥିଲା । ସାରା ଓ ବଥବା ଠାରେ କାର୍ଯ୍ୟକାରୀ ହୋଇଥିବା ଦୁଇଟି ପ୍ରକଳ୍ପ ଚାଷୀଙ୍କ ଜମିକୁ ପାଣି ଦେବାରେ ବିଫଳ ହୋଇଥିବା ଜଣାପଡିଛି । ଜଳ ସେଚନ ବିଭାଗ ର ଅଧିକାରୀଙ୍କ ମତରେ ଆଉ କିଛି ଦିନ ଭିତରେ କିନୀଗମ ଠାରେ ଥିବା ୧, ୨ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଯିବ ବୋଲି ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ ସୁଦ୍ଧା ଚାଷୀଙ୍କ ଭରସା ପାଉନି । ୧୩୩ କୋଟି ଟଙ୍କା ବୃଥା ହୋଇଗଲା ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଏହି ଟଙ୍କାରେ ଏକ ବୃହତ୍ ଜଳ ସେଚନ ପ୍ରକଳ୍ପ ହୋଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି । ଏଣୁ ଗାନ୍ଧୀ ନଗର ଓ ଅଙ୍କରଦା ମଧ୍ୟରେ ପ୍ରକଳ୍ପ ପାଇଁ ସଠିକ୍ ଜାଗା ରହିଛି । ପୁଲିଗୁମି ନାଳ ର ପାଣିକୁ ଅଟକାଇ କେନାଲ ମାଧ୍ୟମରେ ଜଳ ଯୋଗାଇ ହେବ, ସେହିଭଳି କୃଷ୍ଣ ସାଗର କୁ ପୁନରୁଦ୍ଧାର କରି ତାହା ଦ୍ଵାରା ମଧ୍ୟ ଜଳ ସେଚନ ପ୍ରକଳ୍ପ ହୋଇପାରି ବ ବୋଲି ଚାଷୀ ମାନେ କହିଛନ୍ତି । ଡ୍ୟାମ କୁ ମଧ୍ୟ କାର୍ଯ୍ୟକାରୀ କଲେ ବହୁ ଅଞ୍ଚଳ ଜଳ ସେଚନ ହୋଇପାରିବ । ଏଣୁ ପ୍ରଶାସନ ଏକ ସ୍ଥାୟୀ ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଚାଷୀକୁଳ ଏ ସବୁ ବ୍ୟବସ୍ଥା ପ୍ରତି ସଚେତନ ହେବାକୁ ଏହି ବୈଠକ ହୋଇଥିଲା ।