ବୈପାରୀଗୁଡା ଯୋଗାଣ ନିରୀକ୍ଷକା ନିଲମ୍ବିତ

ରିପୋର୍ଟ: ଏନ. ସନ୍ତୋଷ କୁମାର
ବୈପାରୀଗୁଡା(୨୯/୦୬): ବୈପାରୀଗୁଡା ବ୍ଲକ କାର୍ଯ୍ୟରତ ଯୋଗାଣ ନିରୀକ୍ଷକା ମମତା ବେହେରାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି |

ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗୀୟ ସଚିବଙ୍କ ଚିଠି ନମ୍ବର ୯୫୯୬/୨୬.୦୬.୨୦୧୯ ଅନୁଯାୟୀ ନିଲମ୍ବିତ କରାଯାଇଥିବା ଜଣାପଡିଛି | ବୈପାରୀଗୁଡା ଯୋଗାଣ ନିରୀକ୍ଷକା ମମତା ବେହେରାଙ୍କ ବିରୁଦ୍ଧରେ ଗୁଡ଼ାଏ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଅବହେଳା ଅଭିଯୋଗ ହୋଇଥିବା ବେଳେ ଗତ ୨୬.୦୬.୨୦୧୯ତାରିଖ ଦିନ ସରକାରଙ୍କ ଏହିପରି ପଦକ୍ଷେପ ନେଇଥିବା ଜଣାପଡିଛି | ଏହି ଘଟଣାଟି ବୈପାରୀଗୁଡା ସମସ୍ତ ସରକାରୀ କର୍ମୀଚରିଙ୍କୁ ଚକିତ କରିଦେଇଛି |

Comments are closed.