ବଜ୍ରପାତରେ ୧୭ ଗାଈ ଏବଂ ୮ ଛେଳି ମୃତ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୨୮/୦୬): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ନିକଟସ୍ଥ ସମର ଚଚରା ଗ୍ରାମ ଏବଂ ଇଚ୍ଛାପୁର ପଂଚାୟତ ଢେପଗୁଡା ଗ୍ରାମ ନିକଟସ୍ଥ ଗୋଇଚଗରା ଆଦି ସ୍ଥାନରେ ଆଜି ସନ୍ଧ୍ୟା ସମୟରେ କାଳବୈଶାଖୀ ସହ ବିଜୁଳି ଘଡଘଡି ରେ ମୋଟ ୧୭ ଗୋଟି ଗାଈ ଏବଂ ୮ ଗୋଟି ଛେଳି ଗୁଡିକର ମୃତ୍ୟୁ ହୋଇଥିବାର ସୂଚନା ମିଳିଅଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ସମରଚଚରା ଗ୍ରାମର ଜଗବନ୍ଧୁ ସାନ୍ତାଙ୍କ ଦୁଇ ଗୋଟି ଗାଈ ଗାଁ ନିକଟରେ ଚରୁଥିବା ବେଳେ ବ୍ରଜପାତ୍ର ପଡିବା ଫଳରେ ଦୁଇ ଗାଈଙ୍କ ମୃତ୍ୟୁ ହୋଇଥିବା ବେଲେ ଅନ୍ୟ ଏକ ଘଟଣାକ୍ରମେ ଦେପଗୁଡା ଗ୍ରାମ ବାସୀଙ୍କ ମଧ୍ୟରୁ ଦେବସନ୍ତା ,କାର୍ତିକ ସାନ୍ତା,ଦୀନବନ୍ଧୁ ସାନ୍ତା,ଗଣେଷ ସାନ୍ତା,ଅଭି ସାନ୍ତା,ଧନୁଯ୍ୟୟ ସାନ୍ତା,ସଦା ସାନ୍ତା ମାନଙ୍କ ୧୫ ଗୋଟି ଗାଈ ଏବଂ ୮ଗୋଟି ଛେଲିକୁ ନେଇ ଗାଁ ନିକଟସ୍ତ ଗୋଇଚରା ଜଙ୍ଗଲକୁ ଗାଈଚୋରଲୀ ନେଇଥିବା ବେଳେ ଜଙ୍ଗଲ ଦେଇ ଗାଁ କୁ ଫେରୁଥିବା ବେଳେ ହଠାତ ବର୍ଷା ଓ ବଜ୍ରପାତ ହେବ ଫଳରେ ଗାଈଗୋଠ ମଧ୍ୟରେ ୧୫ଟି ଗାଈ ଏବଂ ୮ଗୋଟି ଛେଲିର ମୃତ୍ୟୁ ହୋଇଥିବାର ସୂଚନାମିଳିଛି । ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହୟତା ପାଇଁ ସାଧାରଣରେ ଦାବି ହୋଇଛି |

Comments are closed.