ବିବାହ ହେବାକୁ ଥିବା ୩ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ ବୟସର ପୁଅ ଉଦ୍ଧାର

0
146
ବିବାହ ହେବାକୁ ଥିବା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ବିବାହ ହେବାକୁ ଥିବା ୩ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ ବୟସ ର ପୁଅଙ୍କୁ ଉଦ୍ଧାର କରାଯାଇଛି l

ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣl ଗ୍ରାମ ର ୩ ଜଣ ୧୮ ବର୍ଷରୁ କମ ବୟସ ର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ ବୟସ ର ପୁଅଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ଚାଇଲଡ ହେଲ୍ପ ଲାଇନ, ଆଶିଷ କୁମାର ମେହେର, ସେକ୍ଟର ସୁପରଭାଇଜର ସୀତା ମେହେର ପ୍ରମୁଖ ନାବାଳିକା ଙ୍କ ଘରକୁ ଯାଇ କିଶୋରୀ ବାଳିକା ମାନଙ୍କୁ ୧୮ ବର୍ଷ ଓ କିଶୋର ବାଳକ ର ବୟସ ୨୧ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରିବାର ବର୍ଗ ଙ୍କୁ ପରାମର୍ଶ ଦେଇଥିଲେ l

ବାହା ଘର ବନ୍ଦ କରିବା ସଙ୍ଗେ ସଙ୍ଗେ ୨ ଜଣ ଝିଅ ଓ ଜଣେ ପୁଅ ଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ କରିଥିଲେ l ବର୍ତ୍ତମାନ ଉଦ୍ଧାର ହୋଇଥିବା ଗୋଟିଏ ଝିଅ କୁ ସୋନପୁର ସ୍ଵଧାରରେ ଏବଂ ଅନ୍ୟ ଏକ ଝିଅ କୁ ଜିଲ୍ଲା ଶିଶୁ ଗୃହରେ ଥଇଥାନ କରାଯାଇଛି l ଝିଅ ଦ୍ୱୟ ଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟିକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ରାକେଶ ପ୍ରଧାନ ବୁଝାଇଥିଲେ l

ଝିଅ ଦ୍ୱୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ୱୟ ଙ୍କ ପିତା ମାତା ମଧ୍ୟ ସହମତି ହେବା ସହ ଝିଅ ମାନଙ୍କ ୧୮ ବର୍ଷ ପୂରଣ ହେଲା ପରେ ହିଁ ବିବାହ କରାଇବେ ବୋଲି ସହମତି ପ୍ରଦାନ କରିଛନ୍ତି l