୭ପେଟି କପ ସିରଫ ଜବତ, ଜଣେ ଗିରଫ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୨୮/୦୬): କିଛିଦିନ ତଳେ ବଲାଙ୍ଗୀରରେ ବିପୁଳ ପରିମାଣର କପ ସିରଫ ଜବତ ହେବା ପରେ ଏହି କାରବାରରେ ଜଡିତ ବ୍ୟକ୍ତିମାନେ ଏବେ ଗାଁ ଗହଳିର ଯୁବକଙ୍କୁ ଟାର୍ଗେଟ କରି ତାଙ୍କ ବେପାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ଲୋଇସିଂହା ଥାନା ଅଂଚଳ ଦେଇ ବେଆଇନ କଫ ସିରଫ ଚାଲାଣ ହେଉଥିବା ନେଇ ପୋଲିସରେ ଖବର ଥିଲା ।ଫଳରେ ଗତ ୧୭ ତାରିଖରେ ଲୋଇସିଂହା ଥାନା ଓ ଆଗଲପୁର ଫାଣ୍ଡି ପୋଲିସ ଆଗଲପୁର ବ୍ଲକ ବାବୁପାଲି ଛକ ଠାରେ ଗାଡି ମୋଟର ଯାଞ୍ଚ କରୁଥିଲେ । ସନ୍ଦେହରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରିବା ସମୟରେ ଅଟୋରେ ୭ ପେଟି ଏସକପ କପ ସିରଫ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ଅଟୋ ଚାଳକ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଗ୍ରାମର କରୁଣା ନାୟକ(୨୫) କୌଶଳକ୍ରମେ ସେଠାରୁ ଅଟୋ ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ କରୁଣାକୁ ଖୋଜୁଥିଲା । ଆଜି ଅଭିଯୁକ୍ତ କରୁଣାକୁ ପୋଲିସ ଗିରଫ କରିବା ସହିତ ତାକୁ କୋର୍ଟ ଚାଲାଣ କରିଥିବା ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଧା ସୂଚନା ଦେଇଛନ୍ତି । ଏଥିସହିତ ଗତ ୧୭ ତାରିଖରେ ଜବତ ହୋଇଥିବା କପ ସିରଫ ଗୁଡିକ ବରଗଡ଼ ଜିଲା ଗାଇସିଲେଟ ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୁକ୍ତ କରୁଣା ପ୍ରକାଶ କରିଥିବା ବେଳେ ଏଥିରେ ବଲାଙ୍ଗୀର ଲିଙ୍କ ରହିଥିବା ସନ୍ଦେହ କରାଯାଉଛି ବୋଲି ଶ୍ରୀ ମିର୍ଧା ସୂଚନା ଦେଇଛନ୍ତି । Image Courtesy: Google

Comments are closed.