ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଆହତ, ଅଳ୍ପକେ ବଞ୍ଚିଲା ଜୀବନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୨୭/୦୬): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୮୧ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଜଣେ ମହିଳା ନିଜ ପକ୍କା ଘରର ନୁଆ ତିଆରି ଛାତ ଉପରକୁ କୌଣସି କାରଣରୁ ଯାଇଥିବା ବେଳେ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସିଯାଇଥିଲେ |

ତାରଟି ଘର ଛାତ ଠାରୁ ୩ ରୁ ୪ଫୁଟ ଉଚ୍ଚତାରେ ରହିଥିବା ବେଳେ ପ୍ରଥମେ ବିଦ୍ୟୁତ ତାର ମହିଳାଙ୍କ ମୁଣ୍ଡରେ ଲାଗିଥିଲା, ତାହା ପରେ ମହିଳା ନିଜକୁ ରକ୍ଷା କରିବାକୁ ଯାଇ ନିଜ ହାତରେ ତାର ଟିକୁ ଛଡେଇବା ପାଇଁ ଚେଷ୍ଟା କରିଥିଲେ, ଭାଗ୍ୟ ବଶତଃ ହାଇ ଭୋଲ୍ଟେଜ ବିଦ୍ୟୁତ ତାର ହୋଇଥିବା ସତ୍ୱେ ମହିଳାଙ୍କୁ ଝଟକା ମାରି କିଛି ଦୂରକୁ ଫୋପାଡ଼ି ଦେଇଥିଲା । ମହିଳା ଏବେ ଏମ୍ ଭି ୭୯ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । କିନ୍ତୁ କଥା ଉଠିଛି ଏପରି ଦୁର୍ଘଟଣାର ଦାୟୀ କିଏ । ବହୁ ବର୍ଷ ପୂର୍ବରୁ ଟଣା ଯାଇଥିବା ବିତ୍ୟୁତ ତାର ତଳେ ଅଳ୍ପ ବ୍ୟବଧାନରେ ଗୃହ ନିର୍ମାଣ କରିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଏବଂ ବିଦ୍ୟୁତ ତାର କିମ୍ବା ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଆଦି ସ୍ଥାନରେ ପାଖାପାଖି ଗୃହ ନିର୍ମାଣର ଅନୁମତି ସରକାର କିପରି ଦେଉଛନ୍ତି ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

Comments are closed.