୩୮କେଜି ଗଞ୍ଜେଇ ସହ ଦୁଇ ଗିରଫ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୨୭/୬:- ମାଲକାନଗିରି ଅବକାରୀ ବିଭାଗର ଏକ ଟିମ ହାତରେ ଧରା ପଡିଛି ଆଉ ଦୁଇ ଗଞ୍ଜେଇ ମାଫିଆ ।

ଏକ ମଟର ସାଇକେଲରେ ପ୍ରାୟ ୩୮ କେଜି ଗଞ୍ଜେଇ ନେଇ କରୁକୋଣ୍ଡା ଠାରୁ ମାଲକାନଗିରି ବସଷ୍ଟାଣ୍ଡ ଆଡ଼କୁ ଆସୁଥିବା ବେଳେ ରୁକ୍ମଣୀଗୁଡା ଅର ଏମ୍ ସି ଚେକ ଗେଟ ପାଖରେ ଅବକାରୀ ବିଭାଗର ଟିମ ହାତରେ ଧରା ପଡ଼ିଛି ଏହି ଗଞ୍ଜେଇ ମାଫିଆ । ସେମାନଙ୍କ ଠାରୁ ଏକ ମଟର ସାଇକେଲ ସହ ୩୮ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ ଆଉ ଦିନି ଜଣ ଗଞ୍ଜେଇ ମାଫିଆ ଫେରାର ଅଛି । ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କୁ ଧରିବାର ପ୍ରଚେଷ୍ଟା ଜାରି ରହିଛି । ଜବତ ହୋଇଥିବା ଗଞ୍ଜେଇର ମୁଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି ।

Comments are closed.