ବାଇକ ଧକ୍କାରେ କଲେଜ ଛାତ୍ର ମୃତ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୭/୬):- କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍.ଭି-୫୩ ଗ୍ରାମର ଜଣେ କଲେଜ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଆଜି ମାଲକାନଗିରି କଲେଜରୁ ଘରକୁ ଫେରିବା ବେଳକୁ କୋଇଲିପାରି ନିକଟରେ ୨ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ଥିବା ୨ଜଣ ମଟର ସାଇକେଲ ଆରୋହି ଗୁରୁତର ଭାବେ ଆହତ ହୋଇଥିଲେ | ପରେ ଘଟଣା ସ୍ଥଳରେ ଥିବା ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଘଟଣା ସ୍ଥଳେ ନ ଆସିବାରୁ ଗୁରୁତର ଆହତ ହୋଇଥିବା କଲେଜ ଛାତ୍ର ସୁଜନ ବଣିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଓ ସାଙ୍ଘ ସାଥି ମାନେ । ଗୁରୁତର ଅନ୍ୟ ଜଣଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ମେଡ଼ିକାଲ ପରିସରରେ କିଛି ସମୟ ଉତ୍ତେଜନା ଲାଗି ରହିଥିଲା । ତେବେ ଏ ନେଇ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସର ବେପରୁଆ ଓ କର୍ତ୍ତବ୍ୟ ହୀନତା କାର୍ଯ୍ୟ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ | ଥରେ ନୁହେଁ ଅନେକ ଥର ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ଉପରକୁ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ହେଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ ।

Comments are closed.