Advertisements
Thursday, July 9, 2020
Home headline ବ୍ୟାଙ୍କ ସମ୍ମୁଖରୁ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଚୋରି

ବ୍ୟାଙ୍କ ସମ୍ମୁଖରୁ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଚୋରି

ପଦ୍ମପୁର (ଜଗବନ୍ଧୁ ସାହୁ) : ପଦ୍ମପୁର ସହର ସ୍ଥିତ ଏସ୍. ଡି.ସି.ସି. ବ୍ୟାଙ୍କ ସମ୍ମୁଖରେ ଗୁରୁବାର ଦିନଦ୍ବିପ୍ରହରରେ (୧ଟା ସମୟରେ) ମୋଟରସାଇକେଲ ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଚୋରି କରିବାରେ ଦୁର୍ବୃତ୍ତ ମାନେ ସଫଳ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗାଈସିଲାଟ ବ୍ଲକ ଅନ୍ତର୍ଗତ ଜଡ଼ାଗଞ୍ଜା ଗ୍ରାମର ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଏସ୍.ଡି.ସି.ସି. ବ୍ୟାଙ୍କ କୁ ଯାଇ ଦୁଇ ଲକ୍ଷ ଟଙ୍କା ଉଠାଣ କରି ତାଙ୍କ ମୋଟରସାଇକେଲ ଡିକି ରେ ରଖି କୌଣସି କାମ ପାଇଁ ଅନ୍ୟତ୍ର ଯାଆନ୍ତେ ସେହି ସମୟରେ ଚୋର ମାନେ ମୋଟରସାଇକେଲ ର ଡିକି ଭାଙ୍ଗି ଦୁଇଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ପରେ ଶ୍ରୀ ସାହୁ ପଦ୍ମପୁର ଥାନା କୁ ଯାଇ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଅଭିଯୋଗ କ୍ରମେ ପଦ୍ମପୁର ପୋଲିସ ଘଟଣା ସ୍ଥଳକୁ ଯାଇ ସି ସି ଟିଭି ଫୁଟେଜ ସହାୟତା ରେ ଯାଞ୍ଚ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଥାନାଧିକାରୀ ଶ୍ରୀ ମାନସରଞ୍ଜନ ପ୍ରଧାନ ନିଜେ ଏ ମାମଲା ର ତଦନ୍ତ କରୁଥିବାର କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: