ପୂର୍ବତନ ଲୋକସଭା ସାଂସଦଙ୍କ ଆଦର୍ଶ ଗ୍ରାମରେ ଚଟାଣରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ପଡିଆ,ମାଲକାନଗିରି(ନୟମି ଖରା): ନବରଙ୍ଗପୁର ପୂର୍ବତନ ଲୋକସଭା ସାଂସଦଙ୍କ ଆଦର୍ଶ ଗ୍ରାମ ମାଲକାନଗିରି ଜ଼ିଲ୍ଲାର ପଡିଆ ବ୍ଲକର ବପନପାଲି ପଂଚାୟତର ସିଲାକୋଟା | ଏଠି ଦେଖିବାକୁ ମିଳୁଛି ଅନ୍ୟ ଏକ ବିକଳ୍ପ ଚିତ୍ର, ଛୋଟ ଛୋଟ ପିଲାଙ୍କ ଉନ୍ନତି ଓ ପ୍ରାକ ଶିକ୍ଷା ନିମନ୍ତେ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି କିନ୍ତୁ ଏଠାକାର ଦୃଶ୍ୟ ଅତି ବିଚିତ୍ର |

ପିଲାମାନଙ୍କୁ ରୋଷେୟାର ଘର ବାରଣ୍ଡାରେ ପାଠ ପଢାଯାଇ ମାଟି ଚଟାଣରେ ପିଲାମାନଙ୍କୁ ଖାଦ୍ୟ ଦିଆଯାଉଛି | ଏହି କେନ୍ଦ୍ରର ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ୍ୟ ହସ୍ତାନ୍ତର ହୋଇ ନ ଥିବାରୁ ଦୀର୍ଘ ଦିନ ଧରି ପିଲାମାନେ ଘର ବାରଣ୍ଡାରେ ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି | ଅନୁସନ୍ଧାନରୁ ଜଣା ପଡିଛି ଯେ ଏହି ସିଲାକୋଟା ଅଙ୍ଗନବାଡି କେନ୍ଦ୍ରରେ ୩୩ଜଣ ପିଲା ପ୍ରାକ ଶିକ୍ଷା ନେଉଛନ୍ତି | ଗତ ଡିସେମ୍ବର ୧୦, ୨୦୧୮ରେ ଏହି ଠାର ଅଙ୍ଗନବାଡି କର୍ମୀ ଇସ୍ତଫା ଦେବା ପରେ ପଡିଆ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ସାମନ୍ତରାୟ ଅତିରିକ୍ତ ଦାଇତ୍ୱ ତୁଲାଉଛନ୍ତି | ହେଲପରଙ୍କ ଦେହ ଖରାପ ଥିବାରୁ ତାଙ୍କରି ସମ୍ପର୍କୀୟ ନିଜ ଘରେ ରୋଷଇ କରି ପିଲାଙ୍କୁ ଖାଦ୍ୟ ପରଷୁଛନ୍ତି | ଏହି କେନ୍ଦ୍ର, ଇସ୍ତଫା ପରେ ଗତ ଡ଼ିସେମ୍ବର ୧୫ ତାରିଖରେ ସିଡିପିଓଙ୍କ ପକ୍ଷରୁ ଉପଜ଼ିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ନିବେଦନ କରାଯାଇଥିଲା | ଫେବୃଆରୀ ୧୩, ୨୦୧୯ ରେ ଉପଜ଼ିଲ୍ଲାପାଳ ସମ୍ପୂର୍ଣ୍ଣ ତଥ୍ୟ ପିଡିଆ ସିଡିପିଓଙ୍କୁ ମାଗିଥିଲେ | ସେହି ମାସ ୧୫ ତାରିଖରେ ସିଡିପିଓ ସମ୍ପୂର୍ଣ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ୍ୟ ବର୍ତମାନ ସୁଦ୍ଧା ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ପ୍ରଶାସନ ତତ୍ପରତା ଦେଖାଉ ନ ଥିବାରୁ ଲୋକ ମାନେ ସିଡିପିଓଙ୍କ ପରିଦର୍ଶନ ସମୟରେ ଘେରି ପ୍ରଶ୍ନ କରିଥିଲେ |

ନୂତନ କୋଠା ହସ୍ତାନ୍ତର ଖୁଵ ଶୀଘ୍ର ହେବ ତା ସାଙ୍ଗକୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ମଧ୍ୟ୍ୟ ହେବ ବୋଲି କହିଥିଲେ | ସରକାର ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଳକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଅଙ୍ଗନବାଡି କେନ୍ଦ୍ରରେ ବହୁ ପରିମାଣରେ ଯୋଜନା ମାନ ହେଉଛି କିନ୍ତୁ ତାହା ବାଟମାରଣା ହେଉଛି | ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ଢିଲା ପଣିଆ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଦିବାସୀ ଅଂଚଳରେ ପିଲାମାନେ ମାଟି ଚଟାଣ ରେ ବସି ପ୍ରାକ ଶିକ୍ଷା ନେଉଛନ୍ତି ଓ ତାହା ସଂଗେ ଖାଦ୍ୟ ପେୟ କରୁଛନ୍ତି | ସାଂସଦଙ୍କ ଆଦର୍ଶ ଗ୍ରାମରେ ଏପରି ଅବସ୍ଥା ତାହା ହେଲେ ଅନ୍ୟ ଗ୍ରାମ ଅବସ୍ଥା କଣ ତାହା ଜନ ସାଧାରଣ ବିଚାର କରନ୍ତୁ |

Comments are closed.