ଜ଼ିଲ୍ଲା ପ୍ରଶାସନ ମାଂଗଇ ପାଲି ଗାଁକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କଲେ

ପଡିଆ, ମାଲକାନଗିରି(ନୟମି ଖରା): ମାଲକାନଗିରି ଜ଼ିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତ୍ବତ୍ୱାବଧାନରେ ମାଙ୍ଗଇପାଲି ଗ୍ରାମରେ କୃଷି, ଶିକ୍ଷା, ଜୀବନ ଜୀବିକା ର ଉନତି ନିମନ୍ତେ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିଛନ୍ତି |

ଏହି ଅବସରରେ ଗ୍ରାମର ୧୦୭ଟି ପରିବାର ଉପକୃତ ହେବେ | ଭାରତୀୟ ରେଡ଼କ୍ରସ ସହାୟତାରେ ଓଡିଶା ରାଜ୍ୟ ଶାଖା ତରଫରୁ ମାଲକାନଗିରି ଜ଼ିଲ୍ଲାର କାଲିମେଳା ବ୍ଲକର ମାଙ୍ଗଇପାଲି ଗ୍ରାମକୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରାଯାଇଛି | ଏହି ଉପଲକ୍ଷେ ଗ୍ରାମର ଉନ୍ନତ ମଧ୍ୟ ଇଂରାଜୀ ସ୍କୁଲରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା ରେଡ଼କ୍ରସ ସମ୍ପାଦକ ସଭାପତିତ୍ବ କରିଥଲେ | ସମ୍ମାନିତ ଅତିଥି ରୂପେ ଜ଼ିଲ୍ଲା ଉପନିର୍ଦେଶକ ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ରଶ୍ମିରଂଜନ ମହାରଣା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ସରପଞ୍ଚ ଦେବା ମାଡକାମୀ, ଅଧ୍ୟାପକ ଅମୁଲ୍ୟ ରତ୍ନ, ରମେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ | ଶେଷରେ ଜୀବନ ଜୀବିକା ସଂଯୋଜକ ଲୀଳା ପୁଣ୍ୟ ତୀର୍ଥ ସ୍ୱାଇଁ ଧନ୍ୟବାଦ ଦେଇଥିଲେ |

Comments are closed.