Friday, March 29, 2024

Top 5 This Week

Related Posts

ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆଜି ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମର ରୁ ୨ ଜଣ ୧୮ ବର୍ଷରୁ କମ ବୟସ ର ଝିଅ ଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶା, ଚାଇଲଡ ହେଲ୍ପ ଲାଇନ, ସରପଞ୍ଚ, ଗାଁ ବିଦ୍ୟାଳୟ ର ଶିକ୍ଷକ, ସେକ୍ଟର ସୁପରଭାଇଜର, ପୁଲିସ ପ୍ରମୁଖ ନାବାଳିକା ଙ୍କ ପରିବାର ର ଘରକୁ ଯାଇ କିଶୋରୀ ବାଳିକା ମାନଙ୍କୁ ୧୮ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରାମର୍ଶ ଦେଇଥିଲେ l

ବାହାଘର ବନ୍ଦ କରିବା ସଙ୍ଗେ ସଙ୍ଗେ ଉଭୟ ଝିଅ ଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ କରିଥିଲେ l ବର୍ତ୍ତମାନ ଜିଲ୍ଲା ର ସଖୀ ସେଣ୍ଟରରେ ଝିଅ ଦ୍ୱୟ ଙ୍କୁ ଥଇଥାନ କରାଯାଇଛି l ଝିଅ ଦ୍ୱୟ ଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ବୁଝାଇଥିଲେ l

ଝିଅ ଦ୍ୱୟ ମଧ୍ୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ୱୟ ଙ୍କ ପିତା ମାତା ମଧ୍ୟ ଝିଅ ମାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବେ ଏବଂ ୧୮ ବର୍ଷ ପୂରଣ ହେଲେ ବିବାହ କରାଇବେ ବୋଲି ସହମତି ପ୍ରଦାନ କଲେ l

Popular Articles