Advertisements
Sunday, July 5, 2020
Home Government News ୩୩୨ ମିଟର ରାସ୍ତା ଲାଗି ଅଟକିଛି ରାଞ୍ଚି ବିଜୟୱାଡା କରିଡର ରାସ୍ତା

୩୩୨ ମିଟର ରାସ୍ତା ଲାଗି ଅଟକିଛି ରାଞ୍ଚି ବିଜୟୱାଡା କରିଡର ରାସ୍ତା

ପଡିଆ,ମାଲକାନଗିରି(ନୟମି ଖରା): ଗମନାଗମନ ନିମନ୍ତେ ତିନୋଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ଓଡିଶା ରାଜ୍ୟକୁ ସଡ଼କ ପଥର ସଂଯୋଗ ପାଇଁ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କ ରାଞ୍ଚି ବିଜୟୱାଡା କରିଡର ଯୋଜନା |

ଅଭିଭକ୍ତ କୋରାପୁଟ ଜ଼ିଲ୍ଲାର ରାୟଗଡା କୋରାପୁଟ ଓ ମାଲକାନଗିରି ଜ଼ିଲ୍ଲା ଦେଇ ଏହି ରାସ୍ତା ନିର୍ମାଣ କରାଯାଇଛି କିନ୍ତୁ ଦୀର୍ଘ ୧୪ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମେଗା ପ୍ରୋଜେକଟର ଓଡିଶା ମାତ୍ର ୩୩୨ମିଟର ରାସ୍ତା କାମରେ ବିଳମ୍ବ ଘଟୁଛି | ଏହି ଅଧା ପାନ୍ତରିଆ ରାସ୍ତା କେବେ ସମ୍ପୂର୍ଣ୍ଣ ହେବ ବିଭାଗୀୟ ଅଧିକାରୀ କିଛି କହିପାରୁ ନାହାନ୍ତି | ମୋଟୁ ନିକଟରେ ଆନ୍ଧ୍ର ସରକାର ସିଲେରୁ ନଦୀ ଉପରେ ଏକ ପୋଲ ନିର୍ମାଣ କାମ ସମାପ୍ତ କରିଦେଲେଣି ଏହାକୁ ସଂଯୋଗ ରାସ୍ତା ମାତ୍ର ୩୩୨ମିଟରକୁ ଓଡିଶା ସରକାର ନିର୍ମାଣରେ ବିଳମ୍ବ କରୁଛନ୍ତି | ଏହି ଅଳ୍ପ ରାସ୍ତା ପାଇଁ ଏହି ପୋଲ ଓ ରାଞ୍ଚି ବିଜୟୱାଡା ରାସ୍ତା କାମ ଉପଯୋଗୀ ହୋଇପାରୁନାହିଁ | ଗତ ୟୁପିଏ ସରକାର ଅମଳରେ ଏହି ରାଞ୍ଚି ଠାରୁ ବିଜୟୱାଡା କରିଡର ରାସ୍ତା ଯୋଜନା ଆରମ୍ଭ ହୋଇଥିଲା | ଏହି ରାସ୍ତାର ଲମ୍ବା ହେଉଛି ୧୬୩୨କିଲୋମିଟର | ରାସ୍ତାରୁ ପ୍ରାୟ ୮୦% ରାସ୍ତା ପଡୁଛି ଓଡ଼ିଶାରେ | ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୦୬ସାଲରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ | ଏହି ରାସ୍ତା ଓଡିଶାର ୧୨ଗୋଟି ମାଓ ପ୍ରବଣ ଜ଼ିଲ୍ଲା ଦେଇ ଏହି ରାସ୍ତା ଯାଉଛି | ଏହି ରାସ୍ତା ଦ୍ୱାରା ମାଓବାଦୀଙ୍କ ପାତିଆରା କିଛି ମାତ୍ରରେ କମିଛି | ରାସ୍ତା କାମ ବି ପ୍ରାୟ ଶେଷ ପର୍ଯ୍ୟାୟରେ ଯେତେବେଳେ ୨୦୦୬ ସାଲରେ କାମ ଆରମ୍ବ ହୋଇଥିଲା, ପ୍ରଥମେ ପୁରୁଣା ରାସ୍ତାକୁ ପ୍ରଶସ୍ତିକରଣ କାମ ହୋଇଥିଲା | କାମ ଆରମ୍ଭରୁ ହିଁ ବାଧକ ସାଜିଥିଲେ ଲାଲ ବାହିନୀ | ମୋଟୁ ନିକଟସ୍ତ ସିଲେରୁ ନଦୀରେ ପୋଲ ନିର୍ମାଣରେ ଲାଲବାହନୀର ଭୟ ଯୋଗୁଁ କାମରେ ବାଧା ସୃଷ୍ଟି ହୋଇଥିଲା | ପରବର୍ତୀ ସମୟରେ ବି ଏସ ଏଫ ଯବାନଙ୍କ କୁମ୍ବୀଙ୍ଗ ଓ ନଜର ଫଳରେ ଏହି ସିଲେରୁ ନଦୀରେ ଆନ୍ଧ୍ର ସରକାର ୬ମାସ ତଳେ ପୋଲ କାମ ସମ୍ପୂର୍ଣ୍ଣ କରିଦେଲେଣି | ଏହି ପୋଲକୁ ସଂଯୋଗ କରୁଥିବା ୩୩୨ମିଟର ରାସ୍ତାର ଆପ୍ରୋଚ ରୋଡ ନୂଆ ସମସ୍ୟା ସୃଷ୍ଟି କରିଛି | ଏହି ୧୬୩୨କିଲୋମିଟର ରାସ୍ତାରୁ ଓଡିଶାରେ ସର୍ବାଧିକ ୧୨୨୯କିଲୋମିଟର ରାସ୍ତା ନିର୍ମାଣ ହୋଇଛି | ଝାଡ଼ଖଣ୍ଡରେ ୧୭୭କିଲୋମିଟର ଓ ଆନ୍ଧ୍ର ପ୍ରଦେଶରେ ୨୩୬ କିଲୋମିଟର ରାସ୍ତା ନିର୍ମାଣ ହୋଇଛି | ଓଡିଶାର ମୟୁରଭଞ୍ଜ ଜ଼ିଲ୍ଲା ଦେଇ ମାଲକାନଗିରି ଜ଼ିଲ୍ଲା ପର୍ଯ୍ୟନ୍ତ ରାସ୍ତାରେ ବ୍ୟୟ ଅଟକଳ ୧୮୦୫.୯କୋଟି ଟଙ୍କା ରହିଥିବା ବେଳେ ଅଧିକାଂଶ ଟଙ୍କା କେନ୍ଦ୍ର ସରକାର ବହନ କରୁଛନ୍ତି କିନ୍ତୁ ୩୩୨ମିଟର ଆପ୍ରୋଛ ରାସ୍ତା ନିର୍ମାଣ ନ ହୋଇପାରିବାରୁ ବାଇକ ଗୁଡିକ ବହୁ କଷ୍ଟରେ ଯାଉଛି କିନ୍ତୁ ଚାରି ଚକିଆ ଯାନ ଗୁଡିକ ଅଧିକ ୧୫୦ କିଲୋମିଟର ଅତିକ୍ରମ କରି ଛତିଶଗଡ଼ ଦେଇ ଆନ୍ଧ୍ରକୁ ଯାଉଛି | ଏହି ପରିପ୍ରେକ୍ଷୀରେ ବିଭାଗୀୟ ଅଧିକାରୀ କହୁଛନ୍ତି ୬ମାସ ହେଲା ୩୩୨ମିଟର ରାସ୍ତା ପାଇଁ ଟେଂଡର ପ୍ରକ୍ରିୟା ସରିଛି ଖୁଵ ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ | ଅନ୍ୟ ପଟେ ମାଲକାନଗିରି ଉପଜ଼ିଲ୍ଲାପାଳ ରାମେଶ୍ୱର ପ୍ରଧାନ କହିଛନ୍ତି ଏହି ରାସ୍ତା ଟି ଜଙ୍ଗଲ ମଧ୍ୟରେ ରହିଥିବାରୁ ଏହାର କାମ ନିମନ୍ତେ ଅନୁମତି ମିଳୁନାହିଁ ତେଣୁ ବିଳମ୍ବ ହେଉଛି ଯଥା ଶୀଘ୍ର କାମ ଆରମ୍ଭ ହେବ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: