ଗୋଚର ଜମିର ସୀମା ନିର୍ଦ୍ଧାରଣ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୨୭/୦୬): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଈଛାପଡା ରାଜସ୍ବ ନିରୀକ୍ଷକ ଙ୍କ କ୍ଷେତ୍ରରେ ଈଛାପଡା ମୌଜାର ଗୋଚର ଜମି ସୀମା ନିର୍ଦ୍ଧାରଣ ଓ ଗୋ ଚାରଣ ପାଇଁ ସଂରକ୍ଷଣ କରାଯିବ ଉଦ୍ଦେଶ୍ୟରେ ଗୁରୁବାର ଦିନ ଈଛାପଡା ସମାଜ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ମୁରିବାହାଲ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଦାଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି |

ଈଛାପଡା ସମାଜ ସୁରକ୍ଷା ସମିତିର ଲିଖିତ ଅନୁଯାୟୀ ଈଛାପଡା ମୌଜାର ଗୋଚରଣ ପାଇଁ ୦୨୧ର ୫୮ ଡ଼ିସିମିଲ ଜାଗା ସଂରକ୍ଷଣ ରହିଛି | କିନ୍ତୁ କେତେକ ଅସାଧୁ ବ୍ୟକ୍ତି ଉକ୍ତ ଜମିକୁ ନିଜର ଦାଖଲ କରିବା ସହ ବର୍ଷ ବର୍ଷ ଧରି ଚାଷ କରି ଆସୁଛନ୍ତି | ଫଳରେ ଗ୍ରାମରେ ଥିବା ଗାଈ ଗ୍ରାମର ଗୋରୁ ଗାଈ ପାଳନ କରୁଥିବା ଚାଷୀମାନେ ଗାଈ ପାଳନ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି ଏବଂ ବାଧ୍ୟ ହୋଇ ଗାଈ ଗୋରୁ ବିକ୍ରୟ କରି ଦାଦନ ଖଟି ଯାଉଛନ୍ତି ବୋଲି ସମିତି ପକ୍ଷରୁ ଜଣାଇଛନ୍ତି | ଏହି ପରିପ୍ରେକ୍ଷୀରେ ସମାଜ ସୁରକ୍ଷା ସମିତି ପକ୍ଷରୁ ସ୍ୱାବଲମ୍ବୀ କରିବା ପାଇଁ ଆର୍ଥିକ ବିକାଶ କରିବା ଦିଗରେ ଚେଷ୍ଟା କରିଛନ୍ତି | ଗୋପାଳନ କରିବା , ଦୈନିକ ସାରା ଉତ୍ପାଦନ କରି ଓ ନିଜସ୍ୱ ଭିଟାମାଟି ନ ଛାଡିବା ଉପରେ ସମିତି ସମୁଖୀଙ୍କ ଭାବେ ତତ୍ପରତା ଦେଖାଇଛି | ସମିତିର ସଭାପତି ପ୍ରଫେସର ସାନନ୍ଦ ଚିଣ୍ଡା, ସମ୍ପାଦକ ରାଜେଶ ବେହେରା, ତ୍ରିଲୋଚନ ଚିଣ୍ଡା, ଭାରତ ପଢି,ବିଜୟ କୁମାର ଭୋଇ ପ୍ରମୁଖ ଏକ ପ୍ରତିନିଧି ଦଳ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି | ଏହି ଅଭିଯୋଗ ଅନୁଯାୟୀ ଆସନ୍ତା ୭ଦିନ ମଧ୍ୟରେ ଗୋଚର ଜମିର ସୀମା ନିର୍ଦ୍ଧାରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହ ଗ୍ରହଣ କରାଯିବ ପାଇଁ ତହସିଲ୍ଦାଙ୍କୁ ସମିତି କହିଛି | ସମାଜ ସୁରକ୍ଷା ସମିତିର ପ୍ରେମାନନ୍ଦ ଚିଣ୍ଡା,ବସି ତାଣ୍ଡି, ଅଶ୍ୱିନୀ କୁମାର ମାଝୀ, ଶଶୀଭୁଷଣ ଭୋଇ, ବସନ୍ତ ବେହେରା, ଗିରିଧାରୀ ମାଝୀ, ଜୀବର୍ଧନ ଯାନୀ ପ୍ରମୁଖ ସାମିଲ ଥିଲେ |

Comments are closed.