ଦେଶୀ ମଦଭାଟି ଉଚ୍ଛେଦ ପାଇଁ ସ୍ୱର ଉଠାଇଲେ ପଞ୍ଚାୟତ ବାସୀ

0
217
ଦେଶୀ ମଦଭାଟି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୬/୦୭) : ବୌଦ୍ଧ ଜିଲ୍ଲା ର ବଣ ପାହାଡ ଘେରା ହରଭଙ୍ଗା ବ୍ଲକ ର ତଳଗାଁ ପଞ୍ଚାୟତରେ ଗତ ୨୦୧୦/୨୦୧୧ ମସିହାରେ ସରକାରଙ୍କ ଦ୍ୱାରା ଦେଶୀ ମଦଭାଟି ଚାଲିଥିଲା ସେହି ମଦ ପିଇ ୬ ମାସ ମଧ୍ୟରେ ଗୁଡାଏ ଲୋକ ପ୍ରାଣ ହରାଇଥିଲେ ।

ତତ୍ ପରେ ପଞ୍ଚାୟତ ର ସମସ୍ତ ମହିଳା ପୁରୁଷ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନକୁ ଗୁହାରୀ କରି ଶେଷରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ୫୭ ନମ୍ବର ଜାତୀୟ ରାଜପଥରେ ଦିନ ରାତି ଏକ କରି ୩୬ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ସଙ୍ଗେ ସଙ୍ଗେ ଦେଶୀ ମଦଭାଟି କୁ ଉଚ୍ଛେଦ କରାଯାଇଥିଲା । ସେହିଦିନ ଠାରୁ ସେହି ରାସ୍ତାରେ ଝିଅ ଭଉଣୀ ସାଧାରଣ ଜନତା ନିରାପଦରେ ଯିବା ଆସିବା କରୁଥିଲେ । ହେଲେ ବର୍ତ୍ତମାନ ପୁଣି ତଳ ଗାଁ ପଞ୍ଚାୟତ ର କଣ୍ଟିସର ଏରିଆରେ ଦେଶି ମହୁଲି ଭାଟି ହେବା ପାଇଁ ସରପଞ୍ଚଙ୍କ ଅନୁମତି କ୍ରମେ ସରକାର ଏକ ଭାଟି ମଞ୍ଜୁର କରିଛନ୍ତି ।

ଏଣୁ ଉକ୍ତ ଭାଟିକୁ ବନ୍ଦ କରିବାପାଇଁ ଆଜି କଣ୍ଟିସର ୱାର୍ଡ ମେମ୍ବର ଶ୍ରୀମତୀ କାନ୍ତ ଲତା କହଁର, ନାରାୟଣ ମଲିକ, ଦୁର୍ଯ୍ୟୋଧନ ମଲିକ, ମଧୁସୁଦନ ମଲିକ, ଗୋପିନାଥ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଧନେଶ୍ଵର ଦେହୁରୀ, ପୁରସ୍ତମ ନାୟକ ଓ ପଞ୍ଚାୟତ ର ଅନ୍ୟ ଗ୍ରାମ ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି ଏଥିରେ ବିଚ୍ୟୁତି ହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।